Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ମେସିନ କବଳେ ଜଗତ

ମେସିନ କବଳେ ଜଗତ

1 min
193



ବିଂଶ ଶତାବ୍ଦୀର ବିଜ୍ଞାନ କୌଶଳ

     ଉଦ୍ଭାବନ କଳ କବଜା.

ମଣିଷ ଜୀବନେ ଗୁମୁରି ପଶିଛି

      ରାକ୍ଷସ ମାନଙ୍କ ରାଜା

   ଜନସାଧାରଣ ଗୋଜା

ପାଇଛନ୍ତି ଯିଏ ମେସିନର ମଜା

     ଆଉକି କାହାକୁ ଖୋଜା. l


ଜନମ ଠାରୁ ମରିବା ପର୍ଯ୍ୟନ୍ତ

     ସବୁଠି ତାର ଠିକଣା.

ଆଗକୁ ଜୀବନ କଷ୍ଟ ସାଧ୍ୟ ଭାବୁ

     କଳ କବଜାର ବିନା.

 କଳ କବଜାର ଆମେ ପରାଧୀନ

ସ୍ୱାଧୀନ ଭାରତ ଡିଣ୍ଡିମ ପିଟୁଛେ

     ମୁହଁକୁ ନାହିଁ ସରମ.  l


ଚାଷୀ କୁଳ ଠାରୁ ମୁଲିଆ କୁଳ

    ସର୍ବେ ଅଳସୁଆ ହେଲେ.

ପ୍ରତିପାଦେ ଲୋଡ଼ା କଳ କବଜାର.

    ପରିଶ୍ରମ ଭୁଲି ଗଲେ

  କୁଆଡେ ଗଲା ସେ ଯୁଗ...

ଆଜିକା ଯୁଗରେ ଶ୍ରମଠୁଁ ଦୁରେଇ

    ମାଡିବସିଲାଣି ରୋଗ. l


ଅଳପ ବୟସୁ ବହୁମୂତ୍ର ରୋଗ

    ରକ୍ତଚାପ, ହୃଦରୋଗ.

ଡାକ୍ତର କୁହନ୍ତି ସକାଳୁ ଚାଲିବ

    ପ୍ରତିଦିନ କର ଯୋଗ.

  କିଏ ସେ କରୁଛି ଯୋଗ...

ଏତିକି ସମୟ ଯୋଗ ପାଇଁ ଦେବା

    ଆମ ପାଖେ ନୁହେଁ ଆଗ. l


ଜୀବ ଜଗତର ଶ୍ରେଷ୍ଠ ଜୀବଟିଏ

     ଅଟଇ ମାନବ ଜାତି.

ଛୋଟ ଜୀବେ ମଧୁ ମକ୍ଷିକା ପିମ୍ପୁଡି

    ଥରାଇ ଦେଉନି ଛାତି ?

  ନିରୋଗେ ଯେବେ ବଞ୍ଚିବା

କଳ କବଜାରେ ନିର୍ଭର ନ କରି

   ଶ୍ରମକୁ ଆଦରି ନେବା. l



Rate this content
Log in

Similar oriya poem from Inspirational