STORYMIRROR

Biswanath Nayak

Abstract

2  

Biswanath Nayak

Abstract

ମେଲାଣି -------

ମେଲାଣି -------

1 min
3.0K

ମଧୁ ମଳୟର

ପାହାନ୍ତି ପରଶ

ସପନେ ଭିଜେଇ ଦେଲାଣି,

ଦିଗାଙ୍ଗନା ଅଙ୍କେ

ପାହାନ୍ତିଆ ତାରା

ଯିବ ବୋଲି ମାଗେ ମେଲାଣି। 


ବାତାୟନ ଫାଙ୍କେ

ମଲ୍ଲିକା ସୁରଭି

ଶିହରଣ ଆଣି ଦେଲାଣି,

ପ୍ରିୟତମ ଅଙ୍କ

ତେଜି ଚାରୁ ବାଳା

ଯିବା ପାଇଁ ସଜ ହେଲାଣି। 


ରଜନୀ ରାଣୀର

ଘନକୃଷ୍ଣ ବାସ

ରଙ୍ଗ ଫିକା ଫିକା ହେଲାଣି,

ବିଦାୟ ଲଗନେ

ହେବାକୁ ମଗନ

ଧରଣୀଠୁ ମାଗେ ମେଲାଣି। 


କୁମୁଦିନୀ ଧବ

କୁମୁଦ ବାନ୍ଧବ

ଜୋଛନା ସାଉଁଟି ନେଲାଣି,

ଶିଶିର- ଲୋତକେ

ଭିଜାଇ ଅନ୍ତର

କୁମୁଦଠୁ ମାଗେ ମେଲାଣି। 


ଭକତି ଦୀପାଳି

ହୃଦୟରେ ଜାଳି

ଭକତେ ସାଧନା କଲେଣି,

ପାଦପଦ୍ମ ରସ

ଅମୀୟ ପିୟୂଷ

ପାନେ-ରତ ଭୃଙ୍ଗ ହେଲେଣି। 


ପୂରୁବ ଆକାଶ

ବିତରି ପ୍ରକାଶ

ଧରଣୀକୁ ଆଶା ଦେଲାଣି,

ନିଶୀ ହେଲେ ଶେଷ

ଆସିବ ଦିବସ

ମେଲାଣିରେ କିମ୍ପା ଭାଳେଣି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract