ମେଘ
ମେଘ
ମେଘ ମେଦୁର ଅନନ୍ତ ଆକାଶୁ
ବେଶଭୂଷା ଧରି ପ୍ରକଟ
ତ୍ରାହି ଡାକୁଥିଲା ତୃଷାକ୍ତ ଧରଣୀ
ଉନ୍ମାଦେ ଚାହିଁଲା ତା ବାଟ(୧)
ସହସ୍ର ଧାରା ଅମୃତର ରସ
ସବୁଜ ଅଙ୍ଗେ କରି ପାନ
ବିମୁଗ୍ଧ ହୃଦେ ମତୁଆଲା ମହୀ
ସ୍ବର୍ଗୀୟ ପ୍ରେମରେ ମଗନ (୨)
ମସ୍ତକେ ବୋଳି ଜଳ ମକରନ୍ଦ
ଆହ୍ଲାଦେ ସ୍ବର୍ଣ୍ଣଗର୍ଭା ହସେ
ନବ ଲାଳିତ୍ୟେ ପଲ୍ଲବିତ ହୋଇ
ଉଭୟ ମିଳନର ଦୃଶ୍ୟେ(୩)
ତା'ନେତ୍ର ନୀର ତପ୍ତେ ଥିଲା ପିଇ
ନୀଳିମା ରହିଥିଲା ଚାହିଁ
ଏବେ ଶ୍ରାବଣ ଋତୁ ଦେଖି ନଭ
ବର୍ଷିଲା ଅନ୍ତର ଫିଟେଇ(୪)
ସର୍ବ ଋତୁର ଆଗମନ ନେଇ
ପୃଥିବୀ ରଙ୍ଗ ସ୍ବୟଂ ରଚେ
ଗ୍ରୀଷ୍ମ,ବରଷା ଅନ୍ତେ ଶୀତ
ସୁଖେ ବିଭବ ଦେଇ ହସେ(୫)
ସଦାସର୍ବଦା ଦିଏ ସୁଖଶାନ୍ତି
ପ୍ରକୃତି ତୋଷେ ଜନମନ
ତଥାପି ମଣିଷ ସାଜି ତା'ବଇରି
କ୍ଷତି ଘଟାଏ ପ୍ରତିକ୍ଷଣ ।।(୬)
