ମେଘ
ମେଘ
ଟିକେ ରହି ଯା' ରେ ମେଘ ରହି ଯା' ରେ
ପ୍ରିୟ ମୋ ଫେରୁଛି ଘରେ
ଟିକେ ରହି ଯା' ରେ.....
ତୋର ଆଗମନେ ଭୀତ ଆସେ ମନେ
ପ୍ରାଣ ମୋର ଝୁରି ମରେ ।
ଟିକେ ରହି ଯା' ରେ ......
ମଧୁର ମିଳନେ ନାଚୁଛି ମୟୂର
ଘନ କଳା ମେଘ ଦେଖି
ବିିହଙ୍ଗ ବାପୁୁଡ଼ା ଘରେ ବାହୁଡିିିଲେ
ମନ ମୋର ହୁଏ ଦୁଃଖି
ଲୁୁୁଚି ଗଲେ ସୂର୍ଯ୍ୟ ବଉଦ ଉହାଡେ
ପଥ ଭାସେ ଅନ୍ଧକାରେ
ହୃଦୟ ଥରାଇ ପ୍ରଭଞ୍ଜନ ଆସେ
ସତେ ନାବ ଲାଗେ ତୀରେ ।
ଟିକେ ରହି ଯା ' ରେ......
ପଂକ୍ତି ମାଳା ରୂୂୂପେ ଭାସି ଯାଉ ମେଘ
ସାଥେ ଘଡ ଘଡି ମାରି
ଗ୍ରୀଷ୍ମ ଉତ୍ତାପକୁ ଲିଭାଇବା ପାଇଁ
ମନେ ଧରିିିିଛୁ କି ଭିଡି
ଆରେ ମେଘ ତୁୁୁହିି ଆଷାଢ଼ ଶ୍ରାବଣେେ
ବନ୍ଦୀ କି ରହିବୁ ଘରେ?
ଏମିତି ଉଛନ୍ନ କାହିଁକି ହେଉଛୁ
ମାରିବୁ କି ବରଷାରେ ।
ଟିକେ ରହି ଯା ' ରେ ......
ଗିରି ପରବତ ବହୁ ଦୂରେ ଅଛି
ଛୁଇଁବାକୁ କାହିଁ ଯାଉ
ଭୟରେ ଥରୁଛି ଝୁଂପୁଡି ଘରଟି
କାହିଁକି ସାଜୁଛୁ ଦାଉ
ନିଝୁମ ରାତିରେ ବରଷିିିବା ପାଇଁ
ସ୍ମୃତି ମୁଁ ବାନ୍ଧିିିଛି କରେ
ଝରକା ଫାଙ୍କରୁ ଅନୁରୋଧ ବାଢ଼ି
ଆଶା ପାତିଛି ମୁଁ ତୋ ରେ ।
ଟିକେ ରହି ଯା' ରେ ......

