ମେଘ
ମେଘ
ଶୁଷ୍କ ମରୁଭୂମି ତୁଲ୍ୟ ଜୀବନଟା
ଏବେ ମେଘର ଅପେକ୍ଷାରେ
ନା ମେଘ ଆସେ ନା ମୟୂରୀ ନାଚେ
ଚାତକ ପାଲଟି ଗଲିଣି
ଟୋପାଏ ମେଘର ଅପେକ୍ଷାରେ
କିନ୍ତୁ ମୋ ଜୀବନ ଆକାଶରେ
ତ ଦୁଃଖର ବାଦଲ ଘୋଟିଛି ନା
ସଞ୍ଜ ହେଲେ ସୂର୍ଯ୍ୟ ଡୁବି ଯାଏ
କାଲିର, ଅପେକ୍ଷାରେ
ପରମାୟୁ ସବୁ ଗତାୟୁ ହୁଏ
ଆବିଳ ମନର ଆବର୍ଜନାରେ
ଯଦି ନିଆଁ ଲାଗନ୍ତା
ପୃଥିବୀଟା କାହିଁକି
ସୁନ୍ଦର ନ ହୁଅନ୍ତା
ଅଧା ଗଢ଼ା ସ୍ୱର୍ଗ
କାହିଁକି ପୁରା ନହୁଅନ୍ତା
