STORYMIRROR

Kishore Nayak

Children

3  

Kishore Nayak

Children

ମେଘ ବରଷଇ ଟୁପୁରୁ ଟାପୁରୁ

ମେଘ ବରଷଇ ଟୁପୁରୁ ଟାପୁରୁ

1 min
18


ମେଘ ବରଷଇ ଟୁପୁରୁ ଟାପୁରୁ 

           ବିଜୁଳି ଚମକେ ରହି 

ଘଡଘଡି ମାରେ ତୁହାକୁ ତୁହା 

          ଓଳି ପାଣି ଯାଏ ବହି ll

ଫକଫକ ଡିଏଁ ବେଙ୍ଗୁଲି ନାନୀ 

          ବରଷା ପାଣିରେ ବୁଡି 

ସାରୁ ଗଛ ମୂଳେ ବେଙ୍ଗ ଭାଇନା 

          ଖୁସିରେ ଛାଡ଼ଇ ରଡି ll

ଶିରାବଣ ମାସ ଧାରା ବରଷାରେ 

         ପୂରିଛି ପୋଖରୀ ନଈ 

ବରଷା ରାତିରେ ଡାକ ଛାଡେ ନାନୀ 

         କେଁ କଟର ଗୀତ ଗାଇ ll

ପୋଖରୀ କୂଳରେ ବେଙ୍ଗୁଲି ନାନୀ 

        ତୋଳିଛି ଘରଟେ ତା'ର 

ରାତି ନ ପାହୁଣୁ ଘର ବାଟେ ନାନୀ 

         ଚାଲେ ହୋଇ ତରତର ll

ବେଙ୍ଗ ଭାଇନା ଓ ବେଙ୍ଗୁଲି ନାନୀର 

           ଅଛନ୍ତି ଦୁଇଟି ପିଲା 

ଜଣେ ଡିଏଁ ଖାଲି ଫକର ଫକର

        ଆଉ ଜଣେ ମାରେ ଢିଲା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children