Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

kishore Nayak

Children

3  

kishore Nayak

Children

ମେଘ ବରଷଇ ଟୁପୁରୁ ଟାପୁରୁ

ମେଘ ବରଷଇ ଟୁପୁରୁ ଟାପୁରୁ

1 min
7



ମେଘ ବରଷଇ ଟୁପୁରୁ ଟାପୁରୁ 

           ବିଜୁଳି ଚମକେ ରହି 

ଘଡଘଡି ମାରେ ତୁହାକୁ ତୁହା 

          ଓଳି ପାଣି ଯାଏ ବହି ll

ଫକଫକ ଡିଏଁ ବେଙ୍ଗୁଲି ନାନୀ 

          ବରଷା ପାଣିରେ ବୁଡି 

ସାରୁ ଗଛ ମୂଳେ ବେଙ୍ଗ ଭାଇନା 

          ଖୁସିରେ ଛାଡ଼ଇ ରଡି ll

ଶିରାବଣ ମାସ ଧାରା ବରଷାରେ 

         ପୂରିଛି ପୋଖରୀ ନଈ 

ବରଷା ରାତିରେ ଡାକ ଛାଡେ ନାନୀ 

         କେଁ କଟର ଗୀତ ଗାଇ ll

ପୋଖରୀ କୂଳରେ ବେଙ୍ଗୁଲି ନାନୀ 

        ତୋଳିଛି ଘରଟେ ତା'ର 

ରାତି ନ ପାହୁଣୁ ଘର ବାଟେ ନାନୀ 

         ଚାଲେ ହୋଇ ତରତର ll

ବେଙ୍ଗ ଭାଇନା ଓ ବେଙ୍ଗୁଲି ନାନୀର 

           ଅଛନ୍ତି ଦୁଇଟି ପିଲା 

ଜଣେ ଡିଏଁ ଖାଲି ଫକର ଫକର

        ଆଉ ଜଣେ ମାରେ ଢିଲା ll



Rate this content
Log in

Similar oriya poem from Children