STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ମେଘ ଆସିଛି ଫିଟି 

ମେଘ ଆସିଛି ଫିଟି 

1 min
10


କୃଷକ ଖୁସି ଓଦା ମାଆ ମାଟି 
ପକ୍ଷୀ ଦୁଃଖୀ ବସା ଓଦା କୁଟା କାଠି 
ମଣିଷ ଛାତ ଘର କରି ଉଠି 
ଚାଳ ଘର ମାଟି କାନ୍ଥ ଫାଟି 
ବାପା ଆଉ ସମ୍ଭାଳିପାରିବେକି ପିଠି 
ମାଆ ମାଟି ଶସ୍ୟ ଦେବ ଛାଟି 
ପକ୍ଷୀ ପୁଣି ଯୋଗାଡ଼ିବ ଅଠା କାଠି 
ମଣିଷର ଛାତରେ ଓଦା ଠ ଠା ଠି 
ଚାଷୀ ଦେଖେ ମେଘ କଣ ନକଲା ଏଠି 
ମାଟି କାନ୍ଥ ଗଲେ ଫାଟି 
କାଟି ବାଟି କୁଟି ମାଆ ଚାହିଁବ ଆଖି ତରାଟି 
ଏତେ ସୁବିଧାରେ ବି ଓଦା ଗନ୍ଧ 
କୋଉଠିନା କୋଉଠି ଗଳିଆ ରନ୍ଦ୍ର 
ଛାର ମଣିଷର ଆଖି କାନ ପିଠି କାନ୍ଧ 
ମେଘ ଲୀଳାଖେଳା କରୁଛି ସବୁଠି 
ସକାଳ ଆସେ ଫିଟି ଫିଟି 
ଝରା ଶ୍ରାବଣର ଫୁଲ ଫୁଟି 
ଗୁହାଲେ ହମା ହମା ଡାକେ ଉଠି 
କୃଷକ ଆକାଶକୁ ଦେଖେ ମିଟି ମିଟି 
ବଉଦ କୋଳେ ଶୋଇଛି ନା ଚେଇଁଛି 
ମେଘ କଳା ବାଦଲ ଚିତ୍ର ଚୈତ୍ର ଛାଟି 
ବୋଉ ତଥାପି ଚାଲିଛି ବାଟି କୁଟି କାଟି 
ପରଷିବ ଦହଡ଼ ତାଟିଆରେ ଆଟିକା ଗୋଟି


Rate this content
Log in

Similar oriya poem from Action