Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmita Dixit

Romance Fantasy

3  

Rasmita Dixit

Romance Fantasy

ମଧୁଶାଳା

ମଧୁଶାଳା

1 min
313



ରାତି ଆଉ କେତେ ବାକି ଆଗନ୍ତୁକ !

ଝରକା ରୁ ବାହାରକୁ ଦେଖ

ରାତିସାରା ପହରା ଦେଇ ଦେଇ

ଜହ୍ନ ବୋଧେ ବିଶ୍ରାମ ଖୋଜିଲାଣି

ଏଠି ସଫେଦ ବିଛଣାରେ କ୍ଳାନ୍ତି ର ଦାଗ

ଘୁଙ୍ଗୁର ରେ କେଇ ଟୋପା ଲୁହ ସ୍ପଷ୍ଟ

ମଧୁଶାଳା ରେ ମଧୁ ଆଉ ବାକି ଅଛି କି ???

ଶିଥିଳ ସ୍ପର୍ଶ ଏବେ ଫେରିଯିବାକୁ ବାଟ ଖୋଜିଲାଣି

କାର୍ଣ୍ଣିସରୁ ଝୁଲୁଛି କେତେଟା

ବିକ୍ଷିପ୍ତ ସ୍ମୃତିର ଅଳନ୍ଧୁ

ସେଥିରୁ କେଉଁଟି ତୁମର ?

ବୁଢିଆଣି ତଥାପି ବୁଣୁଛି ଜାଲ

ଛଂଦିବାକୁ ରାତିର କାହାଣୀ

ପାନ୍ଥଶାଳା ରେ ହଜିଛି

ଅନେକ ଠିକଣା

ସେଥିରୁ ଖୋଜିନିଅ

ପରିଚୟ ତୁମର

ଆଗନ୍ତୁକ !

ଜହ୍ନ ଶୋଇଗଲା ପରେ

ତୁମ ପଥ ଓ ଠିକଣା

ସବୁ କିଛି ପରିଷ୍କାର ଦେଖିପାରିବ

ବନ୍ଦ ଦରଜାର ମୁହୂର୍ତ୍ତ କୁ ସାଥିରେ ନ ନେଇ

ସ୍ୱପ୍ନ ପରି ଭୁଲିଯିବ

ହଁ , ଏକଥା ଭୁଲିବନି

ମୋ ଆଖିରେ ଅୟୁତ ଯୁଗର ନିଦ୍ରା

ତେଣୁ ଗଲାବେଳେ ଭଲ କରି

ଦରଜା ଟା ବନ୍ଦ କରିଦେବ ।



Rate this content
Log in

Similar oriya poem from Romance