Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Abstract

4  

Geetanjali Prusty

Abstract

ମଧୁର ବଂଶୀ ସ୍ଵନ

ମଧୁର ବଂଶୀ ସ୍ଵନ

1 min
373



କାହ୍ନାମୟ ପ୍ରଭୁ କରିଦିଅ ତୁମେ 

  ସକଳ ବିଶ୍ୱ ପ୍ରାଣ 

    ନିୟୁତ କଣ୍ଠୁ ଝରିପଡ଼ୁ ତଵ 

      ମଧୁର ବଂଶୀ ସ୍ଵନ ।


ଅପସରି ଯାଉ ଦୁର୍ଦ୍ଦିନ ନିଦାଘ 

   ଶ୍ରାବଣ ର ଅହଂକାର 

    ପ୍ରଶାନ୍ତି ମଳୟ ଆନମନା କରୁ 

      ବିଭୀଷିକା ହେଉ ଦୂର ।


ପ୍ରୀତି ବନ୍ଧନରେ ବାନ୍ଧି ଦିଅ ପ୍ରଭୁ 

  ତୁମ ଭକ୍ତି ସିକ୍ତ ଡୋରେ 

    ପ୍ରଶମିତ ହେଉ ଅଶାନ୍ତ ଏ ଧରା 

      ହିଂସା ଯାତନାଠୁ ଦୂରେ ।


ବନ୍ଦୀ ନହେଉ ପ୍ରାଣ ପକ୍ଷୀ ଏଠି 

   ସୃଷ୍ଟ ନିଜ କାରାଗାରେ 

     ମୁକ୍ତି ଆନନ୍ଦେ ଉଲ୍ଲସିତ ହେଉ 

       କୁସୁମିତ ଧରଣୀରେ ।


ପ୍ରତି ପ୍ରାଣେ ପ୍ରଭୁ ଜାଗ୍ରତ ହେଉ 

   ତୁମରି ପବିତ୍ର ନାମ  

ମାୟା ଚକ୍ଷୁ ଫେଇ ଦେଖୁ ଏ ମାନବ 

     ମୁକ୍ତିର ସମ୍ମୋହନ ।


ବନ୍ଦନା ଯା'ର କରେ ନିତି ପ୍ରତି 

  ଜଳ, ସ୍ଥଳ, ନୀଳ ନଭ 

 ନିର୍ଦ୍ଦେଶରେ ତଵ ନଭୋଗୁ ଏ ଜୀବ 

   ଯାତନାର ପରାଭଵ ।


ଈର୍ଷା ଆଶଙ୍କିତ ଏ ମଣିଷ ରକ୍ତ 

  ସ୍ୱଚ୍ଛ ହେଉ ଧୀରେ ଧୀରେ 

  ଚିନ୍ତି ତୁମ ନାମ ସର୍ବ ବିଶ୍ୱ ପ୍ରାଣ 

    ଆର୍ଦ୍ର ହେଉ ଭକ୍ତି ନୀରେ ।


ଢାଳେ 'ଗୀତାଞ୍ଜଳି'ଶ୍ରଦ୍ଧାର ଆଞ୍ଜୁଳି 

  ଏଇ ମୋର ନିବେଦନ

 ଏ ମନ ଶରୀର କରିଦିଅ ପ୍ରଭୁ 

   ଭକତିର ବୃନ୍ଦାବନ ।



Rate this content
Log in

Similar oriya poem from Abstract