STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ମଧୁର ବିନୟ ବଚନ

ମଧୁର ବିନୟ ବଚନ

1 min
136


ହୋଇପାରେ ପୁଣି ନବପଲ୍ଲବିତ

  ବୃକ୍ଷ ଶାଖା ହେଲେ ଛେଦ

ହୁଏ ନାହିଁ ପୂର୍ଣ୍ଣ  କଟୁ ବଚନରେ

   ହୃଦେ ଲାଗିଥିବା କ୍ଷତ ।

ଯାହା ପାର ତାହା ଗଳ ଗଳ କରି

   ବିଷର କଲେ ଉଦଗାର

ବଢେ କଳି ଦ୍ୱନ୍ଦ ଅନର୍ଥ ଅଶାନ୍ତି

   ହୁଏ ନାହିଁ ସମାଧାନ ।

ଜିହ୍ୱା ଅଟେ ଶତ୍ରୁ ପୁଣି ମହା ମିତ୍ର

    ବଚନ ସଂଯମ ଭଲ

ତୋଷ ହୁଏ ମନ ବିନୟ ବଚନେ

   ବଚନେ ବନ୍ଧୁତା ଲାଭ ।

ଉତ୍ତମ ଆଚାର ବିଦ୍ୟା ବୁଦ୍ଧି ଯୋଗେ

   ବିନମ୍ରତା ହୁଏ ଶିକ୍ଷା

ସାଧୁ ଗୁଣୀ ଜନ ସ୍ୱଭାବ ମହତ

   କରନ୍ତି ବଚନ ରକ୍ଷା ।

ଆମ ବ୍ୟବହାର ବଚନ ଶୈଳୀରୁ

   ମିଳେ ଆମ ପରିଚୟ

ଆମ ଶିକ୍ଷା ଦୀକ୍ଷା କୁଳର ସଂସ୍କାର

   କଥାକାର୍ଯ୍ୟ ଫଳୁ ଥୟ ।


Rate this content
Log in

Similar oriya poem from Classics