STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ମଧୁର ବଚନ ଜିଣଇ ମନ

ମଧୁର ବଚନ ଜିଣଇ ମନ

1 min
224

ମଧୁର ବଚନ ଜିଣଇ ମନ

କର୍କଶ ବଚନ ଭାଙ୍ଗେ ପରାଣ।


ଗୋଟେ ମିଛ କଥା ଶହେ ମିଛକୁ

ଡାକି ଆଣିଥାଏ ପଛ ପଛକୁ।


ପର ଧନ ଅଟେ ବିଷ ସମାନ

ତେଣୁ ପର ଧନେ ନ ବଳା ମନ।


ଧରମ ପଥରେ ଚଳିଲେ ସଦା

ଜୀବନରେ କିଛି ନ ରହେ ବାଧା।


ଦୀନ ଜନେ ଯେବେ କରିବ ଦୟା

ଈଶ୍ୱର ନିଶ୍ଚୟ ହୋଇବେ ସାହା।


ଗୁରୁ ଗୁରୁଜନ କଥା ମାନିଲେ

ବିଭୁ କୃପା ବାରି ଝରିବ ଭଲେ।


ସତ୍ୟ ନ୍ୟାୟ ଧର୍ମ ପଥେ ଚଳିଲେ

ସଂସାର ବାରିଧି ତରିବ ହେ ଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational