STORYMIRROR

Ajaya Mahala

Romance

2  

Ajaya Mahala

Romance

ମଧୁର ଅସମଞ୍ଜସ

ମଧୁର ଅସମଞ୍ଜସ

1 min
14.2K


ଦୁଇ ଜଣ ଯାକ ପ୍ରେମିକା

ଏକା ସମୟରେ ହସି ହସି

କଥା କହିବାକୁ ଆରମ୍ଭ କରିଦେଇଛନ୍ତି

ଯେମିତି-

ଏ ପଟେ

ମନୋରମ ସୂର୍ଯ୍ୟାସ୍ତ

ସେ ପଟେ

ମନଲୋଭା ଉଇଁ ଆସୁଥିବା ଜହ୍ନ ||


ଜଣେ ପଶ୍ଚିମରେ ତ

ଜଣେ ପୂର୍ବାକାଶରେ

ଜଣକୁ ଚାହିଁ କଥା କହିଦେଲେ

କାଳେ ଆଉ ଜଣେ ମନ ଦୁଃଖ କରି ନେବ

ଅସମଞ୍ଜସରେ ପଡିବା ସ୍ଥିତି ହେଲେବି

ମୁହଁରେ ଫୁଟିବାକୁ ଦେଇଛି ଏପରି ଭାବକୁ

ଯେମିତି ଏକା ସମୟରେ ଶୁଣୁଛି

ଦୁଇ ଜଣଙ୍କୁ

ବାଣ୍ଟି ଦେଇଛି

ଗୋଟେ ଗୋଟେ କାନ

ଗୋଟେ ଗୋଟେ ଆଖି

ପ୍ରତ୍ୟେକକୁ ||


ସେମାନେ କଥା କହିଲା ବେଳେ ବି

ହସି ହସି ବୁଝି ଯାଉଛନ୍ତି ମୋତେ

ପ୍ରେମର ମହାନୀୟତାକୁ

ଆଉ କମନୀୟ ଅସହାୟତା ବି

ଯେଉଁଠି ଆକର୍ଷଣର ରଜ୍ଜୁ ଛିଣ୍ଡାଇ

ମୁଁ ଚାହିଁ ପାରୁନି

କେବଳ ଜଣକ ଆଡେ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance