ମଧୁମକ୍ଷିକା
ମଧୁମକ୍ଷିକା
କ୍ଷୁଦ୍ର ଶୁଭ୍ର ଶାନ୍ତ ଜୀବନ
ଆଖିରେ ଆଶା ଅସୁମାରୀ
ପଲକରେ ସବୁ ଭାଷା
ଯାଏ ଉଦ୍ଭାସିତ ହୋଇ
ନୁହିଁ ସ୍ଵାର୍ଥପର
ରଖୁଛ ସଞ୍ଚି ଜଗତର
ହିତ ପାଇଁ
ଅମୃତର ଧାର
ଦିଅ ଝରାଇ
ସେ ଅମୃତ ପାନ କରି
ନର ନାରୀଗଣ
ବୋଲାନ୍ତି ସଭିଏଁ
ଅମୃତର ସନ୍ତାନ
ନିଷ୍କପଟ ମନ ତୁମ
ଫୁଲରୁ ଫୁଲକୁ
ଘୂର୍ଣ୍ଣନ ବାନ୍ଧି ନିଏ
ପ୍ରସ୍ଫୁଟିତ ଫୁଲର ଆକର୍ଷଣ
କରିବାପାଇଁ ମଧୁ
ସଂଗ୍ରହ
ନିଜପାଇଁ ନାହଁ
ପରହିତ ନିମିତ୍ତ
ଉତ୍ସର୍ଗୀକୃତ
ମନ ପ୍ରାଣ
ବିଧର ଏକି ସାଇତା ସ୍ବପ୍ନ
ରଖିଲେ ମଧୁମକ୍ଷିକା
ତୁମ ନାମ ।