STORYMIRROR

Naheda Shaheen

Inspirational

3  

Naheda Shaheen

Inspirational

ମଧୁବାବୁ

ମଧୁବାବୁ

1 min
221

ହେ ବୀର ତୁମେ କାଳଜୟୀ

ତୁମେ ଅମର ଅବିନଶ୍ଵର

ଆସ ପୁଣି ଏ ଧରାଧାମକୁ

ଓଡ଼ିଆ ର ରକ୍ତରେ ,,

ସ୍ୱାଭିମାନ ର ବହ୍ନି ଜଳେଇବାକୁ

ତୁମେ ଆସ ହୋଇ ଯୋଦ୍ଧା

ବିପ୍ଳବର ମଶାଲ ଜାଳିବା କୁ

ସୁପ୍ତ ,ଦଳିତ ମନୋଭାବକୁ

କର ଉଜ୍ଜିବିତ, ପ୍ରତିଟି ରକ୍ତ ବିନ୍ଦୁ ରେ

ସ୍ଵାଭିମାନ ର ନିଆଁ ଦିଅ ଲଗାଇ।

ତୁମ ଆଦର୍ଶ ହେଉ ପାଥେୟ

ଉତ୍କଳ ଜନନୀ ନ ହେଉ ଅଥୟ।

ତୁମେ ସଂଗ୍ରାମୀ ତୁମେ ଅଭୟ

ଆଜି ର ଆହ୍ୱାନ ହେ ମଧୁସୂଦନ

ପ୍ରତିଟି ଓଡ଼ିଆ ହେଉ ତୁମ ସମ।



Rate this content
Log in

Similar oriya poem from Inspirational