STORYMIRROR

Rama chandra Pradhan

Inspirational

4  

Rama chandra Pradhan

Inspirational

ମଧୁବାବୁ

ମଧୁବାବୁ

1 min
402


ଘେନ ମଧୁବାବୁ ଉତ୍କଳ ଦିବସେ 

   ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 

ଦେଶ ପାଇଁ ତୁମେ ଏ ମତ୍ୟ ମଣ୍ଡଳେ 

   ଦେଇ ଅଛ ପ୍ରାଣବଳି... 

ତୁମ ଅବଦାନ ଭାଷା ସାହିତ୍ୟକୁ

   କରିଛି ଦିଗ୍ ବିଜୟୀ  

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ 

  ବୀର ତୁମେ କାଳଜୟୀ....

ହେ ଚିର ପୁଣ୍ୟାତ୍ମା ପ୍ରବାଦ ପୁରୁଷ 

  ଅଗାଧ ତୁମର ଜ୍ଞାନ 

ମଧୁ ବାରିଷ୍ଟର ନାମେ ପରିଚିତ 

  ବଢ଼ାଇ ଉତ୍କଳ ମାନ...

ଭାଷା ବିଦ୍ରୋହର ହେ ମୁଖ୍ୟ ପୁରୋଧା

   ଓଡ଼ିଆ ମାଟିର ବୀର 

ପ୍ରଥମ ଓଡ଼ିଆ ଏମ୍‐ଏ ପଢୁଆ 

   ଥିଲ ତୁମେ ଓଡିଶାର... 

ଗଢି ଥିଲ ତୁମେ ଭାଷାର କୋଣାର୍କ 

   ତ୍ୟାଗ କରି ସ୍ୱାର୍ଥ ସବୁ

ଆହେ କୁଳବୁଦ୍ଧ ଉତ୍କଳ ଗୌରବ 

    କବିପ୍ରାଣ ମଧୁବାବୁ... ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational