Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Children

3  

Bharatabandhu Biswal

Classics Inspirational Children

ମଧୁବାବୁ

ମଧୁବାବୁ

1 min
235



ପ୍ରିୟ ମଧୁବାବୁ ଉତ୍କଳ ଗୌରବ

ଓଡ଼ିଶାର ସ୍ୱାଭିମାନ

ସ୍ୱତନ୍ତ୍ର ଓଡ଼ିଶା ଉତ୍କଳ ଟ୍ୟାନେରୀ

ଅଟେ ତୁମ ଅବଦାନ ।

ସତ୍ୟଭାମାପୁରେ ଜନମ ଲଭିଣ

କଟକେ କଲ ନିବାସ

ଓଡ଼ିଶାର ପ୍ରାଣ ମଧୁ ବାରିଷ୍ଟର

ହେ ମଧୁସୂଦନ ଦାସ ।

ଆଇନ ଶାସ୍ତ୍ରରେ ଅଟ ବିଶାରଦ

ତୀକ୍ଷ୍ଣ ପ୍ରତ୍ୟୁତ୍ପନ୍ନ ମତି

ବଳିଷ୍ଠ ଯୁକ୍ତିରେ ତୁମକୁ ସହଜେ

ପାରିନାହିଁ କେହି ଜିତି ।

ଗଢିଲ ଉତ୍କଳ ଜାତି ସମ୍ମିଳନୀ

କହିଥିଲ କାନେ କାନେ

ଉଠରେ ଉଠରେ ଉତ୍କଳ ସନ୍ତାନ

ଉଠିବୁ ତୁ କେତେ ଦିନେ ।

ଖଣ୍ଡ ବିଖଣ୍ଡିତା ଉତ୍କଳ ଜନନୀ

ହେଉଅଛି ଅଣହେଳା

ସ୍ୱ।ର୍ଥ କୁ ଆହୁତି ଦିଅ ତା ସନ୍ତାନେ

ହାତ ସହ ହାତ ମିଳା ।

କୋଟିଏ ସନ୍ତାନ ଗୋଟିଏ ସ୍ବରରେ

ମାଆ ମାଆ ବୋଲି ଡାକ

ସହସ୍ରାର ଭୁଜ ହୋଇବ ବିସ୍ତାର

ଟେକିବେ ମାତା ମସ୍ତକ ।

ଉଜ୍ଜୀବିତ ହେଉ ଓଡିଶା ଗୈ।ରବ

ପ୍ରିୟ ସୁମଧୁର ସ୍ମୃତି

ଜୟ ଜଗନ୍ନାଥ ଶ୍ରୀ ପୁରୁଷୋତ୍ତମ

ଓଡ଼ିଆ ପ୍ରାଣ ସଂସ୍କୃତି ।


Rate this content
Log in

Similar oriya poem from Classics