STORYMIRROR

Pradeep Kumar Panda

Inspirational

3  

Pradeep Kumar Panda

Inspirational

ମଧୁବାବୁ ତୁମେ ଫେରିଆସ

ମଧୁବାବୁ ତୁମେ ଫେରିଆସ

1 min
228


ଯେଉଁ ବିଖଣ୍ଡିତ ଅଂଚଳକୁ ଯୋଡି

   କଲ ଉତ୍କଳ ପ୍ରଦେଶ

ଖୋଜିଲେ ମିଳେନା କେଉଁଠାରେ କାହିଁ

    ତାହାର ପୂରୁବ ଯଶ....


ପ୍ରତି ରକ୍ତ ବିନ୍ଦୁ ଢାଳିଦେଇ ତୁମେ

   ଗଢିଲ ଯାହାକୁ ହାତେ

ସେ ଓଡ଼ିଆ ପୁଅ ପ୍ରଧାବିତ ଆଜି

  ଦୂର ପାଶ୍ଚାତ୍ୟ ଜଗତେ.....


ଜାଗ୍ରତ କରିଲ ଓଡ଼ିଆଙ୍କୁ ଡେଇଁ

  ଜାତି-ପ୍ରାଣ-ସିନ୍ଧୁନୀରେ

କେତେଯେ ଜୀବନ ଭାସୁଅଛି ଆଜି

  ସ୍ୱାର୍ଥ-ପରାଣ-ରୁଧିରେ.....


ବିଦେଶୀ ଜାତିକୁ ଥରାଇଲା ତୁମ

  ଉତ୍ କଳ ସମ୍ମିଳନୀ

ଆତଙ୍କବାଦର ଭୟରେ ଥରୁଛି

  ଆଜି ଉତ୍କଳ ଜନନୀ....


ମନ୍ତ୍ରୀପଦ ତୁମେ ତ୍ୟାଗ କରିଥିଲ

  ନିଃସ୍ୱାର୍ଥ ଭାବକୁ ନେଇ

ସେବା ନାମେ ଆଜି ମନ୍ତ୍ରୀପଦ ପାଇଁ

  ନେତା ମାନେ ହାଇଁପାଇଁ....


ଆଉ ଏକ ମଧୁବାବୁଙ୍କୁ ଖୋଜୁଛି

  ଉତ୍କଳ ଜନନୀ ଆଜି

ଫେରାଇଦେବାକୁ ତା'ହାତ ମୁଠାରେ

   ହୃତ ଗଉରବ ରାଜି......


ସମାଧି ଭିତରୁ ଫେରିଆସ ଥରେ

  ହେ ଉତ୍କଳ ଗଉରବ

ଗଢିଦେଇଯାଅ ନିଜ ହାତେ ପୁଣି

  ତାହାର ପୂର୍ଣ୍ଣାବୟବ......


ଆଜିର ଦିବସେ ନୀତିଶିକ୍ଷା ଦେଉ

  ତୁମ ନିଃସ୍ୱାର୍ଥ ଜୀବନ

ଦୀକ୍ଷିତ ହେଉ ହେ ତୁମରି ଆଦର୍ଶେ

  ଉତ୍କଳର ସ୍ୱାଭିମାନ.....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational