STORYMIRROR

Chikun Panda

Abstract Romance Fantasy

3  

Chikun Panda

Abstract Romance Fantasy

ମଧୁ ଶଯ୍ୟା

ମଧୁ ଶଯ୍ୟା

1 min
153

ଆଜି ପ୍ରିୟାର, ମଧୁ ଶଯ୍ୟା

ସାଜିବ ଲାଜକୁଳୀ ଲତା

ଅଙ୍ଗେ ଅଙ୍ଗେ ଶିହରଣ

ବଢିଯାଏ ହୃଦ୍ ସ୍ପନ୍ଦନ

ମନେ ବାଜେ ସାହାନାଇ

ସବୁ ଅପେକ୍ଷାର ଇତି

ଦେହେ ବଢେ ତାତି ।


ଗୋଲାପ ଭରା ଶେଯ

ସତେ କି ଦୁଷ୍ଟ ପ୍ରଜାପତି,

ହସେ ଆଜି ମନ ଖୋଲି

ଗାଉ ଥାଏ ପ୍ରେମ ଗୀତି

ଗଭା ରୁ ଗଜରା ଯାଉଛି ଖସି

ମୁକୁଳିତ କେଶ ରାଜି ହୁଅନ୍ତି ଖୁସି

ପାଇ ବନ୍ଧନ ରୁ ମୁକ୍ତି ।


ପାଦ ରୁ ଝୁଣ୍ଟିଆ ଖୋଲିଦେବ ପରଦେଶୀ

ବାହୁ ବନ୍ଧନ ରେ କରିଦେଇ ବନ୍ଦୀ,

ଲାଜ ଗହଣା କୁ କରିଦେବ ଚୋରୀ

ପାରିବେନି କେହି ବି ରୋକି

ସାଥେ ନେଇ ଯିବ ବହୁ ଦୂର

ଠିକଣା ହୀନ

ଅଜଣା ସହର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract