STORYMIRROR

Hemanta Patra

Abstract

3  

Hemanta Patra

Abstract

***ମଧୁ ରାତି***

***ମଧୁ ରାତି***

1 min
191

ଶୋଇ ଯାଇଛି ନୀଳ ଆକାଶ

ସମୀର ତୋଳୁଛି

ମଧୁ ଚନ୍ଦ୍ରିକାର ମଧୁ ଗୁୁଞ୍ଜନ

ଆକାଶର ତାରା

ଫୁଲ ହୋଇ

ସଜାଇଛି ଆମ

ବାସର ସେଜ

ଆ ସାଥି

ପ୍ରେମର ମଧୁ ପରସେ

ଯିବା ଭିଜି

ଆଜି ପରା ଆମ ମଧୁ ରାତି

ଆକାଶେ ଚାାନ୍ଦର

ଶୀତଳ କିିିରଣ

ବାହାରେ ଶୀତର ଥଣ୍ଡା ପରସ

ସରି ସରି ଯାଉଛି

କୁହୁଡି ଘେରା ପ୍ରୀତି ପ୍ରହର

ଆଜି ପରା ଆମ ସପନର ରାତି

ଆମ ମନ ତଳେ ଅନେକ ତାତି

ଆ ସାଥି

କାନେ କାନେ ଶୁଭୁଛି

ପ୍ରେମର ଗୀତି

ଆଜି ପରା ଆମ ମଧୁ ରାତି

ବରଷୁଛି ଶିଶିିିର ଥରୁଛି ଓଠ

ବେଦି ହୋମ ନିିଆଁଁ

ଆମରି ସାଖି

ବାସର ଦୀପ ଜଳି ଜଳି କହୁଛି

ଖୋଲି ଦେଲେ ଲାଜ ଗହଣା

ହେବନି ପାପ

ଆ ସାଥି

ତୁ ଆଉ ମୁଁ ହୋଇଯିବା ଏକ

ପ୍ରଣୟୀ ମନର ସବୁଜ ଧରାରେ

ହସିବ ସବୁୁଜ ପ୍ରିତି

ଆଜି ପରା ଆମ ମଧୁ ରାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract