STORYMIRROR

Prabhati Mahapatra

Romance Inspirational Others

3  

Prabhati Mahapatra

Romance Inspirational Others

ମଧୁ ରାତି ପ୍ରୀତି

ମଧୁ ରାତି ପ୍ରୀତି

1 min
195

ଲକ୍ଷେ ଫଗୁଣକୁ କାନି ପ୍ରାନ୍ତେ ବାନ୍ଧି

ମୋ ଘରେ ଆସିଲୁ ପ୍ରିୟା 

ତୋ ଜ୍ୟୋତି ପ୍ରକାଶେ ଚନ୍ଦ୍ରମା ମଉଳେ

ପୁଲ୍ଲକିତ ମୋର ହିଆ ।

ଆଜି ବାସ ରାତେ ପାଇ ତୋତେ ହାତେ 

ତୁଛ ଲାଗେ ହୀରା ମୋତି

ତୋହରି ବଦନ ଦରଶନ ପାଇଁ

ସାଙ୍ଗେ ସପ୍ତଦୀପ ଜ୍ୟୋତି ।

ଅଳପ ଆଲୋକେ ତୋ ମୁହଁ ଝଲକେ

କମଳ ଫୁଟିଛି ସତେ

ହୃଦୟକୁ ହାର ମାଗେ ଏ କିଙ୍କର

ନୀରବେ ନମାର ମୋତେ ।

ଓଠରୁ ଝରୁଛି ପୁଷ୍ପସାର ରସ

ମଦାଳସା ତୋର ଆଖି

ଉରୁ ଚାରୁ କିବା ବର୍ଣ୍ଣନା କରିବି

କଟି ତଟେ ଯାଏ ଲାଖି ।

ଅଙ୍ଗୁଳିରେ ଅଳି ଅରବିନ୍ଦ କଢି

ଗୋଲାପି ପାପୁଲି ହସ୍ତ

ଅଙ୍କେ ନେଇ ମୋତେ ଫୁଲସର ମାରି

କରିଦେ ଏ ତନୁ ଧ୍ବସ୍ତ ।

ଲିଭାଇ ଦେ ତୁ ଆପଣା ହାତରେ

ଆଜିର ଆଲୋକ ମାଳା

ବିଭାବରୀ କୋଳେ ମନ ପ୍ରାଣ ଢାଳି

କରିବା ଗୋ ପ୍ରିୟା ଖେଳା ।

ଗୋଟି ଗୋଟି କରି ତୋ ଅଙ୍ଗ ପ୍ରଦେଶୁ

ଆଭୂଷଣ କରି ମୁକ୍ତ

ଭୟଶୁନ୍ୟ ଦେବି ମନରେ ତୋହର

ଯେସନେ ଚାନ୍ଦିନୀ ଧୌତ ।



Rate this content
Log in

Similar oriya poem from Romance