STORYMIRROR

Debadatta Jena

Abstract Romance Thriller

4  

Debadatta Jena

Abstract Romance Thriller

ମଧୁ ବାସନ୍ତୀ.. .

ମଧୁ ବାସନ୍ତୀ.. .

1 min
179


କଣ ବା କହିଥାନ୍ତି..


କଣ ମଧୁ ମାଳତୀ..? 


ନାଁ,,,କେଉଁ ଅଝଟ ଆଖିର ଅଶ୍ରୁ ସଜଳ 


ନୀରଭିଜା ନୀରୀମାଖି, 


ନାଁ,,କେଉଁ ଅବୁଝା ପ୍ରାଣର ସ୍ବପ୍ନ ସୁନ୍ଦରୀ,


କୁଆଁରୀ ସ୍ବପ୍ନର ମାନସୀ 


ଆସମାନ ତାରା,,,!


ନାଁ,,, କୁମୁଦିନୀ..? 


କେଉଁ ଅବ୍ୟକ୍ତ,ଅଫୁରନ୍ତ ବେଦନା ଦୀପ୍ତ 


ଅନ୍ତରାତ୍ମାର ଉଦ୍ଗତ, 


କେଉଁ ମହକିତ ଝରା ଶେଫାଳି, 


ନାଁ,କେଉଁ ବିଦଗ୍ଧ ବିସ୍ମୃତ ମଳୟର ଉତ୍ତପ୍ତ 


ହୃଦୟ ଦୀପ୍ତ ଆତ୍ମାର ରକ୍ତ ଜବା,


କେଉଁ ରୁଧିର ସିକ୍ତ ରକ୍ତ ଗୋଲାପ, 


ଆକାଶ କୁସୁମ,ନୟନ ତାରା,,, !


ନାଁ,,,କେଉଁ ବିଧୁ ବିଦୁର ସ୍ତବ୍ଧ ମଧୁ କୁଂଜ 


ବିଥିକା ମୁକ୍ତ ମେଖଳା, 


କମନୀୟା କାଦମ୍ବିନୀ,,, 


ନାଁ, କେଉଁ କ୍ଷୁଧିତ କବରୀର ଘନ କୁନ୍ତଳ 


ଉତ୍ଫୁଲ୍ଲିତ ଚଞ୍ଚଳ ଲତା 


ବିରହୀଣୀ ମାଳବୀକା..!


ନାଁ,, କେଉଁ ପ୍ରଗଳ୍ଭ ଫଲ୍ଗୁର ସ୍ତବ୍ଧ ମେଦୁର 


ଲୁବ୍ଧ ମଉଳି ମଧୁ ଯାମିନୀ, 


ଶ୍ୱେତ ପଦ୍ମା, ରଂଗ ବାସନ୍ତୀ, 


ମୃଗ ନାଭୀ କସ୍ତୁରୀ,,, 


ନାଁ,,, ତପ୍ତ ମନର ମାନସୀ,ଶ୍ଵେତାମ୍ବରୀ, 


ନିଶି ପଦ୍ମା, ପ୍ରେୟସୀ ପ୍ରିୟତମା..!


ନାଁ, କେଉଁ ନିଘୋଡ଼ ନିଃଶବ୍ଦ ରାତ୍ରିର ତପ୍ତ 


ସୁଗନ୍ଧ ଶିଶିର ସ୍ନାତା ନିଶିଗନ୍ଧା,


ମେଘ ଡମ୍ବରୁ, ନୀଳୋତ୍ପଳା,


ନାଁ, କେଉଁ ଶୋଣିତ ବକ୍ଷର ଅଶାନ୍ତ ସ୍ତବ୍ଧ 


କାଦମ୍ବରୀ, ବୈଶାଖୀ କୃଷ୍ଣ ଚୂଡ଼ା,,, 


ନାଁ,ବିଳପିତ ରୋଷଣୀର କେଉଁ ନିର୍ଲିପ୍ତ 


ନିରଳସ, ନିର୍ନିମେଷ ତୃଷ୍ନା,, 


କେଉଁ ଅବଦମିତ ଘଞ୍ଚ ଶ୍ୟାମଳୀ, 


ଅନୁ ନାୟିକା, ରୁପସୀ ଅନୁପମା,


ଚର୍ଚ୍ଚିତ, ବିତର୍କିତ ରଜନୀ ଗଂଧା ବୋଲି..!


କ'ଣ...!ତୁମ ପ୍ରଶ୍ନର ଉତ୍ତର ଦେବାର 


ସତ ସାହସ ଯେ ମୋର ନାହିଁ, 


ତୁମେ ଏଇୟା କହିବାକୁ ଚାହୁଁଛ ନାଁ..? 


ହଁ,,! ତୁମେ କହୁଥିବା ପ୍ରଶ୍ନର ଉତ୍ତର 


ଯଦି ବି ନାହିଁ ବୋଲି ଭାବୁଛ,ତେବେ..


ତୁମେ ଉଦ୍ଗାରୁ ଥିବା ଶବ୍ଦ ପୁଞ୍ଜର ଅର୍ଥ 


ସମୂହ ବି ସେୟା ମାନେ ରଖେ..,,, 


ତୁମେ ଆଙ୍କୁ ଥିବା ପ୍ରେମର ପ୍ରତିରୂପ 


ଯଦି ବି ତାହା ହୁଏ,ତୁମ ଉଚ୍ଚାରିତ 


ସେ ମଧୁର ଶବ୍ଦ ସମ୍ଭାର ବି ଅନୁରୂପ 


ସେୟା, ଯାହା ଅପ୍ରକାଶ୍ୟ, ଆଉ..


ନିଜେ ନିଜର ହିଁ ଉତ୍ତର ପଦବାଚ୍ୟ,, 


ତୁମେ ତୁମ ନୀରବ ପ୍ରଶ୍ନର ସୁକ୍ଷ୍ମ ସାକ୍ଷୀ 


ସ୍ୱୟଂ ସ୍ବୀକାରୋକ୍ତିର ବାଂଛିତ ମୂକ ସାକ୍ଷୀ


ଗୁଢ ତତ୍ତ୍ୱ ବୋଧ ପ୍ରେମ ପରିଭାଷା.. 


ଭଲ ପାଇବାର ନୀରବ,ନିଃଶ୍ଚୁପ ଓଠର 


ଭାଷା.., ସେ ସୁମଧୁର ସମ୍ମୋହନୀ.. 


ତୁମେ ସେ ସ୍ୱପ୍ନିଳ ମଧୁ ବସଂତର 


ତଲ୍ଲୀନ ମଧୁଝରା ସ୍ନିଗ୍ଧ ଶେଫାଳି, 


ସଦ୍ୟ ପ୍ରସ୍ଫୁଟିତ କମନୀୟ କଦମ୍ବ, 


ଅନେକ ଅନୁରକ୍ତି ଉପଜ ବିଛୁରିତ ରଶ୍ମୀ, 


ସେ ମହକିତ ବାସ୍ନା, ମୁଚୁକୁନ୍ଦ,,, 


ତୁମେ,,ସେ ପ୍ରିୟ ଅଳସୀ ଅନୁରାଧା, 


ଅନେକ ସୁଗନ୍ଧ ଯୁକ୍ତ,ସ୍ୱପ୍ନିଳ ଦାମିନୀ, 


ମହନୀୟ ତୃଷ୍ଣା,ମୁଗ୍ଧ ମଧୁ ବାସନ୍ତୀ..!





Rate this content
Log in

Similar oriya poem from Abstract