STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ମୌସୁମୀ

ମୌସୁମୀ

1 min
377


ହାଲକା ହାଲକା ତୋର ଛୁଆଁରେ

ଛଲକା ଛଲକା ପାଣି ଚୁଆରେ

ମିଠା ସ୍ବପ୍ନ ଚାଷୀ ଦୁଇ ନୟନ

ଭାରି ଭାରି ନିଦ ଲାଗେରେ

ଏ ସନ ଆସିଛି ଠିକ ସମୟେ

ମୌସୁମୀ ଗତିବିଧି ପରଖେ

ଚାଷ ହେଲେ କୃଷକ ଆନନ୍ଦ ମନ

ଜମି ସିନା ଭାତ ହାଣ୍ଡି ଓଡ଼ିଆ ଧନ

ଧାନ ମୁଗ ବିରି କୋଳଥ ଫସଲ ଭରି

ମାଟି ମାଆର କରି ସମ୍ମାନ

ରଜରେ ମୌସୁମୀ ପ୍ରୀତି ପ୍ରଦାନ

ଶୁଭ ହେବ ନିଶ୍ଚେ ଏ ସନ

ରଜ ଗୀତ ସଙ୍ଗେ ମୌସୁମୀ ସାଙ୍ଗେ

ମୌସୁମୀ ବରଷା ଲାଗେ ଶୀତଳ ଚନ୍ଦନ

କୃଷି ଓ କୃଷକ ଜୀବନ ଧନ

ଜମି ହେବ ବେଉଷଣ ଦେଖି ଲଗନ

ଶୁଭ ବେଳା ଦେଖିବାକୁ ଲେଖିରଖିବାକୁ

ସଭିଏଁ ହେଲେଣି ଉଚ୍ଛନ

ରଜରେ ଆସିଛି ମୌସୁମୀ ଆମ ଜୀବନ

ଦେଖିବ ସ୍ବପ୍ନ ଦୁଇ ନୟନ.

କୃଷକ ଘରଣୀ ରଜରେ ସାଜେ ରାଣୀ

ଯେଣୁ ମୌସୁମୀ ଆଗମନ ।



Rate this content
Log in

Similar oriya poem from Action