STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ମୌସୁମୀ

ମୌସୁମୀ

1 min
2


ଅସମାପିକାରୁ ସମାପିକା ଯାଏଁ 
ଝୁଣ୍ଟିବାକୁ ହୁଏ ଏଠି 
ତୁ କି ମୌସୁମୀ ଝୁଣ୍ଟି ଖୁଣ୍ଟି ନାଣ୍ଟି 
ଆସୁଅଛୁ ପଡିଉଠି 
ମେଘୁଆ ଓଢଣୀ ତଳେ ତୋ ମୁଁହଁ 
ଭଲ ଲାଗେ ଦେଖାଇବାକୁ ପିଠି 
ଗଜ ଡାକୁଅଛି ଅଗନା ଅଗନି ବନସ୍ତେ 
ପକ୍ଷୀ ଖୋଜୁଅଛି କୁଟା କାଠି 
ମୌସୁମୀ ଆସିଲେ ବରଷି ଯିବ ଏଠି 
ଓଦା ହେବ ଶୁଖିଲା ମାଟି 
ମୌସୁମୀ ମେଘ ବରଷା ଢାଳିଲେ ସବୁଠି 
ଅମୃତ ଝରିବ ଖାଇବାକୁ ଖୁଣ୍ଟିଖାଣ୍ଟି 
ମା ମାଉସୀ ଖୁଡି ପିଇସୀ ପଡିଛନ୍ତି ଲୋଟି 
ରଜ ସଜବାଜ ପୋଡ଼ପିଠା ମାଠିମୁଠି 
ଆରେ ମେଘ ଆ ତୁ ବରଷି ଯାଆ 
ମୌସୁମୀ ଘଷେ ଗୋଇଠି 
ଚାଷୀର ଘରଣୀ ମେଘର ରୋଷଣୀ 
ଶୁଣି ପଡୁଛି ଲୋଟି 
ଚଷାପୁଅ କାଳିଆ କସରା ସାଥିରେ 
ଜମି ତଳି ବୁଣେ ପଛକୁ ଚାହିଁ ଲେଉଟି 
ମୌସୁମୀ ଛାଡି ମନମାନୀ ଆ ଜଲଦି 
ରାଗରୁଷା ଦେଇ ଛାଟି 
ମାଆ ମାଉସୀଏ ମୌସୁମୀ ସ୍ୱାଗତ ପାଇଁ 
ଝୋଟି ଚିତା ଦେଲେଣି ଛାଟି
ତୋ ବିନା ବରଷା ମେଘ ଆସୁନାହିଁ 
ଚାଷଜମିଟା ଗଲାଣି ଫାଟି 
ଆ ଆରେ ମୌସୁମୀ ଘଡଘଡି ଚଡ଼ଚଡି 
ପରଷିବି କୁଟାକାଠି ମାରିବୁ ହାକୁଟି


Rate this content
Log in

Similar oriya poem from Abstract