STORYMIRROR

JitendraNath Gahir

Inspirational

5.0  

JitendraNath Gahir

Inspirational

ମୌସୁମୀ

ମୌସୁମୀ

1 min
13.8K



ସତରେ ତୁ କଣ ଆସୁଛୁ

ଆ ମୁଁ ତତେ ଆଁ କରି ଅନେଇ ରହିଛି

ତୋ ଫେରିବା ବାଟ କୁ ଚାହିଁ,

ଆଠ ମାସ ଧରି ଚାତକ ପରିକା

ଭିଜିବା ଆଶାରେ ତୋ ବାଟ ଜଗିଛି

ଭିଜି ଟିକେ ଓଦା ହେବା ପାଇଁ ।1।


ତୋ ଛୁଆଁରେ କେଜାଣି କାହିଁକି

ହୃଦୟରେ ଫୁଟେ ମୋର

ସମ୍ମୋହନର ମିଠା ବାସ୍ନା,

ମନଭରି ଶୋଷିନିଏ ସବୁ ତକ

ରିମଝିମ ବର୍ଷାର ଗଜଲକୁ

ସେଇଦିନ ହୋଇ ବାଟବଣା ।2।


ଚୁପ ହୋଇ ଯାଏ ମୋର ଉତ୍ତପ୍ତ ହୃଦୟ

ମାହୁଲ ଲାଗେ ସତେ

ଆକାଶର ଇନ୍ଦ୍ରଧନୁ ସମ,

ରାତି ବି ଝୁମିଯାଏ

ଝିଙ୍କାରୀର ରିଂ ଝିଂସୁରେ

ଗୁଣୁଗୁଣୁ ଗୀତ ଗାଇ ତୁମ ।3।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational