Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ମୌସୁମୀ ଜନିତ

ମୌସୁମୀ ଜନିତ

1 min
330


        

       


ମୌସୁମୀ ଜନିତ ବର୍ଷା

ଲାଗିରହିଛି ଚାରିଦିନ , ତୁହାକୁ ତୁହା   

ଗାଁ ମୁଣ୍ଡିଆ ରେ 

ଛୋଟିଆ ବଣ ପାହାଡ            

ବଢ଼ ପାଣି ଗାଁ ଭିତରେ              

କେବଳ ଜଣଙ୍କର ମାଟି ଟାଇଲ ଘର

ଅନ୍ୟ ଘର ସବୁ ଚାଳ ଛପର

ଝାଟି ମାଟିର କାନ୍ଥ

ଲଗାଣ ବର୍ଷା ରେ ଅସ୍ତବ୍ୟସ୍ତ ଜନଜୀବନ

କାନ୍ଥ ରୁ ମାଟି ଖସି,ଘର ଭିତରେ ପାଣି।


ଅବିରାମ, ଅବିରତି ବର୍ଷା ସହ କୋହଲା ପବନ

ଘନ ଘନ ବିଜୁଳି ସହିତ ଘଡଘଡି

ପରିବେଶ ଭୟଙ୍କର,ଘର ସବୁ ଜିନିଷ ଓଦା

ଘର ସାରା ପାଣି ଆଉ ପାଣି

ଚକା ପକେଇ ବସି ହେଉନି

ନଡ଼ା ଛପର ଭିତରୁ ପାଣି,ଘର ଭିତରେ ପାଣି 

ବାହାରେ କିଟିକିଟି ଅନ୍ଧାର

ମୁହଁ କୁ ମୁହଁ ଦେଖା ଯାଉନାହିଁ।


ରେଡିଓ ରେ ଖବର ଥିଲା,ଭୟଙ୍କର ବାତ୍ୟା

ମୌସୁମୀ ଜନିତ ଲଗାଣ ବର୍ଷା

ଅନ୍ଧାର ରାତିରେ କାହାର ଡାକ ପଡ଼ିଛି

ଆସ ,ଏଠିକି ଆସ

ନିଜ ଘର ଛାଡ଼ି ନିରାପଦ ସ୍ଥାନକୁ

ସେଇ ଗୋଟିଏ ମାତ୍ର ମାଟି ଟାଇଲ୍ ଛପର ଘରକୁ

ଜୀବନ ବଞ୍ଚିବ,ତାହା ପରେ ଅନ୍ୟ କଥା

ଘର ଖାଲି କରି ସଭିଏଁ ସେଇଠି ରୁଣ୍ଡ।


ବାପା ଘର ଛାଡ଼ି ଯିବାକୁ ନାରାଜ

ସେଇଠି ଥାଇ ଠାକୁରଙ୍କୁ ଗୁହାରି

ହେ ପ୍ରଭୁ,ରକ୍ଷାକର,ହେ ପ୍ରଭୁ ରକ୍ଷାକର

ସେମିତି ସେଇ ପାଣି ଭର୍ତ୍ତି ଘରେ

ରାତି ବଢିବା ସହିତ ବର୍ଷା ପବନ ଜୋର୍

ସଭିଏଁ ସେଇ ଟାଇଲ୍ ଘରେ ,ଜିବନ ବଞ୍ଚିବ।


କାହାର କାନ୍ଦ ବି ଶୁଭୁଚ୍ଛି

କିଏ ମରିଗଲା ମାଟି କାନ୍ଥ ତଳେ

ରାତି ପାହିଲେ ସଂସ୍କାର ହେବ

ସକାଳ ପର୍ଯ୍ୟନ୍ତ ବଞ୍ଚିବାକୁ ହେବ

ଛୋଟ ଶିଶୁ ଶୋଇଛନ୍ତି               

ମା' ର କାନି ପଣତ ଭିତରେ, ନିର୍ବିଘ୍ନରେ

ପୋଷା ଜୀବ ଜନ୍ତୁ କଥା ନ କହିଲେ ଭଲ

ଜୀବନ ସୁରକ୍ଷା ପାଇଁ ନିଜେ ନିଜର ଭରଷା।


କାଳ ରାତ୍ରି ଶେଷ ହେଲା, ଉଇଁଲେ ସୁରୁଜ

ସାହି ଭିତରେ ଆଁଠୁଏଁ ପାଣି

ବର୍ଷା ପବନର ଖେଳ ବି ସରିଛି

ସକାଳୁ ସକାଳୁ ସଂସ୍କାର ବି ହେଲା

କାନ୍ଥ ତଳେ ମରିବା ଲୋକର

ସେମିତି ରାତି ସାରା ପାଣି ଭର୍ତି ଘରେ

ବାପା ଡାକୁଥିଲେ,ପ୍ରଭୁ ରକ୍ଷାକର,ପ୍ରଭୁ ରକ୍ଷାକର ।


ମୌସୁମୀ ଜନିତ ଯନ୍ତ୍ରଣା

ଲିଭିନି ମନରୁ,ଏବେ ବି ଡର ଅଛି

ମୌସୁମୀ ଆସୁଛି ଶୁଣିଲେ

ମନ ପଡ଼େ ସେଇ ରାତି କଥା

ମୌସୁମୀର ଅଭାବନୀୟ ଗାଥା।



Rate this content
Log in

Similar oriya poem from Abstract