STORYMIRROR

Bidyadhar Mantry

Drama Classics Inspirational

3  

Bidyadhar Mantry

Drama Classics Inspirational

ମୌସୁମୀ ବରଷା ଧାରେ

ମୌସୁମୀ ବରଷା ଧାରେ

1 min
37


ନିଦାଘ ର ଜ୍ଵାଳା କ୍ରମେ ଉପଶମ

ମୌସୁମୀ ବରଷା ଧାରେ

ଘର ଅଗଣା ଓ ପାଖ ପରିବେଶ

ଶିତଳତା ପରିଧିରେ 

ମୌସୁମୀ ଜନିତ ବର୍ଷା ଅପେକ୍ଷାରେ

ଚାଷୀ ବି ଥିଲା ଚିନ୍ତିତ

ମନରେ ଚଞ୍ଚଳ ବର୍ଷା ଧାର ଦେଖି

ଚାଷ କାର୍ଯ୍ୟ ତ୍ବରାନ୍ବିତ

ପିଲାଙ୍କ ମନରେ କୌତୁହଳ ଜାତ

ଭିଜିବାକୁ ବର୍ଷା ଧାରେ

ଗୁରୁଜନଙ୍କର କଟକଣା ଧାରେ

ଆଶା କେବଳ ଆଶାରେ ।


ବିଜୁଳି ଆଲୁଅ ତୁହାଇ ତୁହାଇ 

ଶୁଭେ ଘଡ଼ଘଡ଼ି ରଡ଼ି

ପୁଚ୍ଛ ଟେକି ନାଚେ ମୟୂର ଖୁସିରେ

ଗୁହାଳରେ ହମ୍ବା ରଡ଼ି

କାଗଜ ତିଆରି ଡ଼ଙ୍ଗା ଧରି ପିଲେ

ପାଣି ଧାର ପାଖେ ଠିଆ

ଡ଼ଙ୍ଗା ଭସା ସହ ଖୁସି ବେଶି ଯେବେ

ବର୍ଷା ପାଣିରେ ଗାଧୁଆ ।


ସାରୁ ପତ୍ର ଛତା ତଳେ ବେଙ୍ଗ ଡାକ

ଝିଣ୍ଟିକା କର୍କଶ ସ୍ଵରେ

କୀଟ ଓ ପତଙ୍ଗ ଘୁରି ବୁଲୁଛନ୍ତି 

ବର୍ଷା ବୁନ୍ଦା ଧାରେ ଧାରେ 

ଉଜ୍ଜ୍ବଳ ଆଲୋକ ଧାରେ ଆକର୍ଷିତ

କେତେ ନୂଆ ନୂଆ କୀଟ

ଆଖି ପିଛୁଳାକେ ଝାସ ଦେଉଛନ୍ତି

ପ୍ରାଣ ହୁଏ ଛଟପଟ ।


ଚାରା ଗଛ କ୍ରମେ ବ୍ୟାପକ ଭାବରେ

ଲାଗେ ବାଡି ବଗିଚାରେ

ନାନା ଜାତି ଫୁଲ ଫୁଟି ଶୋଭାମୟ 

ବନ ଓ ଉପବନରେ

ପ୍ରଜାପତି ଆଉ ଭ୍ରମର କ୍ରମଶଃ

ମତୁଆଲା ମନ ନେଇ

ସଜ ଫୁଲ ପ୍ରତି ସମ୍ପର୍କ ସ୍ଥାପନ

ସୁର ତାଳ ଲୟ ଦେଇ ।


ଇନ୍ଦ୍ରଧନୁ ଯେବେ ଆକାଶ ମାର୍ଗରେ

ସପ୍ତ ରଙ୍ଗ ଧରି ଆସେ

ମୌସୁମୀ ଜନିତ ବର୍ଷାର ସୌନ୍ଦର୍ଯ୍ୟ

ଅତୀବ ଶୋଭା ପ୍ରକାଶେ

କାବ୍ୟ କବିତାରେ ମୌସୁମୀର ଚର୍ଚ୍ଚା

କ୍ରମେ ହୁଏ ଘନୀଭୂତ

ରାଣୀ,ସାଥୀ, ମୀତ ଦୂତ ଓ ସଙ୍ଗାତ 

ଶ୍ରାବଣ ଧାରେ ଶ୍ରାବଣୀ

ଭିନ୍ନ ଭିନ୍ନ ସମ୍ବୋଧନ ସହକାରେ

ମୌସୁମୀ ବରଷା ପୁଣି ।


ପରିବେଶ କଳୁଷିତ ଏ ଧରାରେ 

ଋତୁ ଚକ୍ରରେ ବ୍ୟାଘାତ

ମୌସୁମୀ ଜନିତ ବର୍ଷା ବାଟବଣା 

ଜୀବଜନ୍ତୁ ହନ୍ତସନ୍ତ 

ମୌସୁମୀ ଜନିତ ବର୍ଷା ସମୟରେ

ବୃକ୍ଷ ରୋପଣ ବିଧେୟ

ପରିବେଶ ସନ୍ତୁଳନ ଆବଶ୍ୟକ

ଆଜି ଚର୍ଚ୍ଚାର ବିଷୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama