ମୌଳିକତାର ମୂଲ୍ୟ
ମୌଳିକତାର ମୂଲ୍ୟ
ପଚାରେ ମଣିଷ ମହୁମାଛିକୁ ତୁ
କେତେ କଷ୍ଟେ ଫୁଲରସ
ସଂଗ୍ରହ କରୁଛୁ ବସି ଫୁଲେ ଫୁଲେ
ନହୋଇ ତିଳେ ଅବଶ ।
ମଧୁକୋଷେ ମଧୁ ରଖୁ ତୁ ସାଇତି
ତୋ କଷ୍ଟର ପୂଣ୍ୟ ଫଳ
ଲୁଟନ୍ତି ମାନବେ ପ୍ରତିଦାନେ ତୋତେ
ନଦେଇ କଷ୍ଟର ମୂଲ ।
ରୋଷ ଆକ୍ରୋଶ କି ଆସେନା ମନକୁ
ମଣିଷର ବ୍ୟବହାରେ ?
କହେ ମଧୁମକ୍ଷୀ ବୁଝାଇ ମାନବେ
ସ୍ମିତ ହାସ୍ୟ ବଦନରେ ।
ମୋ ପରିଶ୍ରମର ଫଳକୁ ମଣିଷ
ନେଉଛି ସିନା ଚୋରେଇ
ପାରିବ କି ନେଇ ଈଶ୍ଵର ପ୍ରଦତ୍ତ
କଳା ଆମଠୁଁ ଛଡ଼େଇ !!
ଦୟା ଆସୁଅଛି ଶ୍ରେଷ୍ଠ ଜୀବେ ଗଣା
ହୋଇଛି ଯେ ବିଶ୍ୱସ୍ତରେ
ମହୁଟିକେ ପାଇଁ ଆଜୀବନ ସିଏ
ନିର୍ଭର ତ ଆମ ପରେ ॥
