Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Abstract

4  

Kalandi pal

Abstract

ମାୟାର ସଂସାର

ମାୟାର ସଂସାର

1 min
531



ମାୟାର ସଂସାର ସମ ପାରବାର

   ଢେଉ ସମ ଝଡ଼ ଝଞ୍ଜା

ଅଶାନ୍ତ ଭରଇ ଶାନ୍ତି ନ ମିଳଇ

    ବଡ଼ ଶକ୍ତ ତାର ପଞ୍ଝା ll

ମାୟା ସଂସାରରେ ବନ୍ଧନ ମାୟାରେ

    ମାୟାର ଶାଙ୍କୋଳି ଧରି

ଲୋଭ, ମୋହ, ମାୟା କ୍ରୋଧ ଓ ମାଶ୍ଚର୍ଯ୍ୟ

    ସଂସାରର ସହଚରି ll

ମାୟାର ସଂସାର ଅଥଳ ସାଗର

     ଥଳ କୂଳ ତାର ନାହିଁ

ଉବୁଟୁବୁ ହୋଇ ଅଣନିଶ୍ୱାସୀ ହେଲେ

     ତାରିବାକୁ କେହି ନାହିଁ ll

ମୋର ମୋର ବୋଲି ଯାହାକୁ କହିବା

    ସାଥିରେ ନ ଥିବେ କେହି

ଜୀବ ଚାଲିଗଲେ ଦି ଦିନ କାନ୍ଦିବେ

    ଛଖଣ୍ଡେ ବାଉଁଶେ ନେଇ ll

ବାନ୍ଧି ହୋଇଗଲେ ବନ୍ଧନରେ ଥରେ

    ସାହା ରାହା ମିଳେ ନାହିଁ

ଦଇବର ଚକ୍ର କାହାକୁ ଛାଡେନି

    ଯିବା ସର୍ବେ ବାନ୍ଧି ହୋଇ ll

ବୁଦ୍ଧଦେବ ମନୁ ତେଜିଲେ ବନ୍ଧନ

    ତେଜିଲେ ରାଜ ଉଆସ

ମାୟାର ବନ୍ଧନେ ନ ବାନ୍ଧି ଜୀବନ

    ଯୋଗୀ ବେଶେ ପରକାଶ ll

ମାୟାର ବନ୍ଧନେ ବାନ୍ଧିହେଲେ କୁରୁ

    ହେଲା ତ ମହାଭାରତ

ସମର ତ କଲେ ଶହେ ଭାଇ ଥିଲେ

    ସର୍ବେ ହେଲେ ଯୁଦ୍ଧେ ହତ ll

ମାୟାର ବନ୍ଧନେ ବାନ୍ଧି ହେଲେ କୃଷ୍ଣ

    ହାତେ ବଂଶ ନାଶ କଲେ

ମାୟାର ବନ୍ଧନେ ପ୍ରଭୁ ରାମଚନ୍ଦ୍ର

    ବନବାସ ଭୋଗୀ ଥିଲେ ll

ପ୍ରଭୁ ହୋଇ ଯେବେ ମାୟାର ବନ୍ଧନେ

    ବାନ୍ଧି ହୋଇ ଯାଉଥିଲେ

ଆମ୍ଭେ ମାନେ ଛାର ମନୁଷ୍ୟ ମାତର

    ବର୍ତ୍ତିବୁ କେମିତି ଭଲେ ll



Rate this content
Log in

Similar oriya poem from Abstract