STORYMIRROR

Ram Prasad Bisoi

Fantasy Romance

2  

Ram Prasad Bisoi

Fantasy Romance

ମାୟାଜାଲ ଓ ଶଣ୍ଡୁଆସି

ମାୟାଜାଲ ଓ ଶଣ୍ଡୁଆସି

1 min
2.5K


ପାଦରେ ନାଇଁ ଅଳତା,

ଝୁଣ୍ଟିଆ,

ରୁଣୁଝୁଣୁ ଝଙ୍କାରେ ଝଙ୍କୃତ କରି 

ତୋ ପାଉଁଜି,

ଦେହେ ମାଖି ହଳଦୀ, 

ମୁହେଁ ଲେପି ଚନ୍ଦନ 

କସ୍ତୁରୀ

ହାତରେ ଅଙ୍କାଇ 

ମନଚୋରା ମେହେନ୍ଦି, ନଖରେ,ଓଠରେ ରଙ୍ଗ, 

ଗାଲକୁ କରି ଗୋଲାପି

ଗୋଲାପି

ସଜଳ ସୁଢୋଳ ଯୌବନଭାରକୁ ନେଇ,

କଥା କୁହା ଆଖିରେ ଲଗାଇ କଜଳ, 

ମଥାରେ ଲଗାଇ ନାଲି ସିନ୍ଦୁର ଟୋପେ

ଗଭାରେ ଖୋସି 

ମଲ୍ଲିଫୁଲର ମାଳ,

ତା ସହ ପିନ୍ଧି ବଉଳା ପାଟ,

ବେଶ ଭୂଷଣ ହୋଇ,

କୁଟିଳ ହସକୁ କରି ସାଥି

ମୋ ଦୀର୍ଘ ପ୍ରତୀକ୍ଷା 

ପରେ କୁହୁ ତ 

ମନ 

ମାୟାମୋହିନୀ

ତୁ ଯେଉଁଥି ପାଇଁ ହେଉଛୁ

ଲସର ପସର ଆମେ ସେହି କଥା ଜାଣୁ,

ତୁ ଚାଲ,ଆସୁଛି ତୋ ପଛେ ପଛେ 

ମୁଁ ପରା ତୋ 

ମାୟା ମୋହିନୀ

ତୁ ଚାଲ ଆସୁଛି ମୁଁ ମୋ ଘରୁ ନେଇ 

ମାୟାଜାଲ 

ସହ 

ଶଣ୍ଡୁଆସି---------------!

©®କାଶ୍ୟପ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy