STORYMIRROR

Sukanti Hotta

Classics

3  

Sukanti Hotta

Classics

ମାୟା

ମାୟା

1 min
489

ମାୟାର ମହଲ ମାୟାର ପ୍ରାଚୀର

ମାୟାର ଦୁନିଆ ଏହି

ମାୟାର ସଂସାର ମାୟା ପରିବାର

କିଏ କାହାର ନାହିଁ


ମାୟାର ବଳୟ ମାୟାର ଆଳୟ

ମାୟାଧରଙ୍କର ମାୟା

ମାୟାର ଜୀବନେ ମାୟାର ଡଙ୍ଗାରେ

ଆମେ ସମସ୍ତେ ବାୟା


ମାୟାର ମୋହରେ ମାୟାର ଶରୀରେ

ମାୟାର ଜାଲରେ ଆମେ

ମାୟାରେ ଧାଉଁଛେ ମାୟାର ହିଁ ପଛେ

ଆତ୍ମବଢିମାର ନାମେ


ମାୟା ମରିଚିକା ମାୟାର ଦରବ

ମାୟା ସୃଷ୍ଟିର ଭିଆଣ

ମାୟା ଲାଗେ ଏଠି ନରନାରୀ ମାୟା

ବୁଝିବା ଭାରି କଠିନ


ମାୟା ଭଗବାନ ମାୟାର ବନ୍ଧନ

ମାୟାରେ ଦେଇ ଦର୍ଶନ

ମାୟାର ଦରବ ମାୟାରେ ଦେଇ

କରଥାନ୍ତି ସେ ହରଣ


ମାୟାମାୟା ଲାଗେ ମାୟା ଜାଲେ ରହି

ମାୟାପୁରର ମାୟା

ମାୟା ମୃଗ ପଛେ ମାୟାରେ ପଡ଼ିଛେ

ହୋଇ କରି ତୁଚ୍ଛା ବାୟା


ମାୟାର ଛଳନା ମାୟା ପ୍ରତାରଣା

ମାୟାର ଧନ ସମ୍ପତ୍ତି

ମାୟାର ଆତ୍ମା ମାୟା ହୋଇଯିବ

ପ୍ରଭୁ ପାଦେ ଥାଉ ଭକ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics