STORYMIRROR

Tilottama Prusty

Inspirational

3  

Tilottama Prusty

Inspirational

ମାୟା ସଂସାର

ମାୟା ସଂସାର

1 min
409


ମାୟା ସଂସାର ଏତ ସବୁ ଏଠି ପର

          କର୍ମକୁ ଛାଡ଼ିଦେଲେ କେହି ନୁହେଁ ନିଜର ।

ଆସିଛ ଫୁଙ୍ଗୁଳା ଏଠି ଫୁଙ୍ଗୁଳାରେ ଯିବ

           କର୍ମ ଏକା ସେ ବାଟରେ ସାଥି ହୋଇଥିବ ।

ଲୋଭ ମୋହ ପୁଅଝିଅ ସବୁ ଏଠି ମିଛ

           କର୍ମ ଏକା ଚିରନ୍ତନ ଆଉ ସବୁ ପଛ ।

ସଂସାର ରଙ୍ଗ ମଞ୍ଚରେ କଳାକାର ତୁମେ

           ନିଃସ୍ୱାର୍ଥର ଅଭିନୟେ ଜିତତୁମ କର୍ମୈ ।

ଯାହା ପାଇଁ ଗର୍ବ କର କୁହତୁମେ ମୋର

            ମିଛ ଅଟେ ଏ ଦୁନିଆ ଘର ପରିବାର ।

ମରିଗଲେ ରଖିବେନି ଦିନେ ତୋ ଶରୀର

         ମୁଣ୍ଡ ଧୋଇ ଗାଧୋଇବେ ଘର ପରିବାର ।

ବ୍ୟବହାର ସାମଗ୍ରୀକୁ ତୋ ସାଙ୍ଗରେ ଦେବେ

          କିଛି ଦିନ ପରେ ସର୍ବେ ତତେ ଭୁଲିଯିବେ ।

ଯେତେ ଅର୍ଜି ଥିବୁ ତୁହି ସମ୍ପତ୍ତି ତୋହର

          ସବୁ ଥିବା ତୁ ନଥିଲୁ କିଛି ନୁହେଁ ତୋହର ।

ମାୟା।  ସଂସାର ଏତ ସବୁ ଏଠି ପର ।



Rate this content
Log in

Similar oriya poem from Inspirational