STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମାୟା ସଂସାର

ମାୟା ସଂସାର

1 min
419

ନୀଳାଟି ମାୟାର ଭିଆଣ ତାଙ୍କର ମାୟାର ସଂସାର ଏହୁ,

ଛାଡନ୍ତି ମାୟାରେ ପରିକ୍ଷା ନିମନ୍ତେ ଦେଖୁଥାନ୍ତି ସବୁ ସେହୁ।


ଜଡ଼ିତ ମାୟାରେ ନିଜ ଲାଭ ପାଇଁ ପାପ କର୍ମ କରୁ 

ଥାନ୍ତି,ଜୀବ ହିଂସା କରି କୁକର୍ମରେ ପଡ଼ି ଜ୍ଞାନ ସେହୁ ହାରୁ ଥାନ୍ତି।


ନିଜକୁ ଭାବନ୍ତି ସର୍ବଶକ୍ତିମାନ ଅହଂକାରେ ସଦା ମନ,

କର୍ମ ଦେଖୁ ଥାନ୍ତି ବଡ଼ଠାକୁର ସେ ସବୁ ପ୍ରାଣୀ ପ୍ରତି ଧ୍ୟାନ।


ଜୀବ ମଧ୍ୟ ଶ୍ରେଷ୍ଠ ମନୁଷ୍ୟ କରିଲେ ଦେଲେ ପ୍ରେମ ଭକ୍ତିଜ୍ଞାନ

ଦେଲେ ଶାସ୍ତ୍ରଜ୍ଞାନ ଦେଲେ କର୍ମଜ୍ଞାନ ଦେଲେ ତହିଁ ଧର୍ମଜ୍ଞାନ।


ନିସ୍ବାର୍ଥ କର୍ମର ଫଳ ତହିଁ ଦେଲେ ଦେଲେ ସତ୍ୟପଥକର୍ମ,

ତଥାପି ମାୟାର ପ୍ରଭାବେ ପଡିଣ କରେ ଅବାଟର କର୍ମ।


ନାହିଁ ଭକ୍ତି ଦିନେ ଚକାନୟନରେ ଧରିଛି ଅସତ୍ୟ ବାଟ,

ନର୍କ ଭୋଗ ହେବ ମୁକ୍ତି ଜନ୍ମେ ନାହିଁ ଆସିବ ବଡ଼ ସଙ୍କଟ।


ଜ୍ଞାନ ଦେଇଛନ୍ତି କର୍ମର ନିମନ୍ତେ ନିସ୍ବାର୍ଥର କର୍ମ ପାଇଁ,

ଜ୍ଞାନ ବଳେ ଜନ ମାୟାକୁ ବୁଝନ୍ତି ନିଜ କାର୍ଯ୍ୟ ଧର୍ମ ପାଇଁ।


ବୁଝି ନପାରିଲେ ମାୟାର ସଂସାରେ ବୃଥା ହେବ ନରଜନ୍ମ,

ଶ୍ରେଷ୍ଠ ନର ଜନ୍ମ ନର୍କଲୋକେ ଯିବ ବିଭିନ୍ନ ଯୋନିରେ ଜନ୍ମ।


ମାୟାର ସଂସାର ଅତି ଭୟଙ୍କର ମୁକ୍ତି ଜ୍ଞାନ କର୍ମପଥେ,

ପ୍ରଭୁ ଜଗନ୍ନାଥେ ଭକ୍ତି ସମର୍ପଣେ କର୍ମ ନିତ୍ୟେ ସେବାପଥେ।


ମାୟାର ସଂସାରେ ଚକାନୟନରେ ଭକ୍ତି ରହୁ ନିତ୍ୟେ ଆମ,

ପବିତ୍ର ଜୀବନ ସାର୍ଥକ ନିମନ୍ତେ ପ୍ରଭୁ ଭକ୍ତି ନିତ୍ୟେ ଆମ।


ନୀଳାଟି ମାୟାର ଭିଆଣ ତାଙ୍କର ମାୟାର ସଂସାର ଏହୁ,

ଛାଡନ୍ତି ମାୟାରେ ପରିକ୍ଷା ନିମନ୍ତେ ଦେଖୁଥାନ୍ତି ସବୁ ସେହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract