ମାୟା ସାମ୍ରାଜ୍ୟ
ମାୟା ସାମ୍ରାଜ୍ୟ
ହେ ଜୀବନର ନିର୍ଦୟୀ ସ୍ବପ୍ନମାନେ
ତୁମେ କାହିଁକି ଆସ,
ତୁମେ ଆସିବା ପରେ,
ଆଶା ମୋର ସ୍ୱତଃ ଜାଗିଉଠେ
କୁଟା ବଳ ଥାଇ,
ସତକୁ ସତ...
ଶତ ସିଂହ ସଦୃଶ ଗର୍ଜିଉଠେ।
ନିଜ ଦୁର୍ଗୁଣକୁ କାନିରେ ଲୁଚେଇ
କେବେ କେବେ ମୁଁ,
ଭଦ୍ର ମୁଖା ପିନ୍ଧି,
ସମାଜର ନିଃସ୍ୱାର୍ଥ ସେବା କରେ
କିଛି ଅର୍ଥ ପାଇଁ,
ଅବା ଲାଳସା ପାଇଁ,
ସ୍ବ-ସମ୍ମାନକୁ ବଳି ପକେଇ ଦିୟେ ।
ବିଜୟ ଧ୍ବଜା ଉଡେଇବା ପାଇଁ
ନିରୀହଙ୍କୁ ବଳି ପକେଇ,
ବଡ଼ବଡ଼ିଆଙ୍କୁ ତେଲ ଲଗେଇ,
ମିଛ ମାୟା ସାମ୍ରାଜ୍ୟ ଗଢ଼େ
ଆଉ ଦିନ ଆସେ,
ମାୟା ଡିହ ଭାଙ୍ଗେ,
ଯେବେ ସତ ମିଛକୁ ଢାଙ୍କିଦିଏ ।
