STORYMIRROR

baishnaba meher

Inspirational

4  

baishnaba meher

Inspirational

ମାୟା ସାମ୍ରାଜ୍ୟ

ମାୟା ସାମ୍ରାଜ୍ୟ

1 min
231

ହେ ଜୀବନର ନିର୍ଦୟୀ ସ୍ବପ୍ନମାନେ

ତୁମେ କାହିଁକି ଆସ,

ତୁମେ ଆସିବା ପରେ,

ଆଶା ମୋର ସ୍ୱତଃ ଜାଗିଉଠେ

କୁଟା ବଳ ଥାଇ,

ସତକୁ ସତ...

ଶତ ସିଂହ ସଦୃଶ ଗର୍ଜିଉଠେ। 


ନିଜ ଦୁର୍ଗୁଣକୁ କାନିରେ ଲୁଚେଇ

କେବେ କେବେ ମୁଁ,

ଭଦ୍ର ମୁଖା ପିନ୍ଧି,

ସମାଜର ନିଃସ୍ୱାର୍ଥ ସେବା କରେ

କିଛି ଅର୍ଥ ପାଇଁ,

ଅବା ଲାଳସା ପାଇଁ,

ସ୍ବ-ସମ୍ମାନକୁ ବଳି ପକେଇ ଦିୟେ । 


ବିଜୟ ଧ୍ବଜା ଉଡେଇବା ପାଇଁ

ନିରୀହଙ୍କୁ ବଳି ପକେଇ,

ବଡ଼ବଡ଼ିଆଙ୍କୁ ତେଲ ଲଗେଇ,

ମିଛ ମାୟା ସାମ୍ରାଜ୍ୟ ଗଢ଼େ

ଆଉ ଦିନ ଆସେ,

ମାୟା ଡିହ ଭାଙ୍ଗେ,

ଯେବେ ସତ ମିଛକୁ ଢାଙ୍କିଦିଏ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational