STORYMIRROR

Kalandi pal

Inspirational

3  

Kalandi pal

Inspirational

ମାଉସୀ ମାଆର କୋହ

ମାଉସୀ ମାଆର କୋହ

1 min
198


ଶୋଇଯାଆ ଧନ ଶୋଇଯାଆ ଆଜି

     ରତନ ପଲଙ୍କେ ତୋର

କସମସ ତୋର ଗୋଡ ହାତ ହୁଏ

    ଅଦିନେ ହୋଇଛି ଜ୍ୱର

ବସି, ଆଉଁସି ଦେବି ପୟର l


କେତେ ତୁ ଜଞ୍ଜାଳ ବୁଝୁଛୁରେ ଧନ

    ସାତ ବ୍ରହ୍ମାଣ୍ଡର କଥା

ଏତେ କଥା ଆଉ କେ ବୁଝିବ ଏଠି

     ଘୁରି ଯିବ ପରା ମଥା

ସବୁଥିରେ ତୁହି ତୋହ ଠାରେ ସବୁ

ସବୁ ଜଞ୍ଜାଳ ତ ତୋହ ଠାରୁ ବାବୁ

    ଦେଖୁଛୁ ସାରା ସଂସାର  l


ତଇଳ ମର୍ଦ୍ଦନ କରିଦେବି ଦେହେ

    ଔଷଧ ଦେବି ଖୁଆଇ

ମାଉସୀ ତୋହର ମାଆ ସମ ସଦା

    ଅଛି ପରା ତୋହ ପାଇଁ

ଧନ ମୋ ସଅଳ ହୋଇଯାଆ ସୁସ୍ଥ

ବଡଦାଣ୍ଡେ ଚଢି ଯିବୁ ତୋର ରଥ

   ବାଟ ଚାହିଁ ଥିବି ତୋର l

   


Rate this content
Log in

Similar oriya poem from Inspirational