STORYMIRROR

DR SAMIR RANJAN BEHERA

Inspirational

3  

DR SAMIR RANJAN BEHERA

Inspirational

ମାଟିର ମଣିଷ ମୁଁ

ମାଟିର ମଣିଷ ମୁଁ

1 min
191

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେ ବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।


- ସ୍ତୁତି ଚିନ୍ତାମଣି - ସନ୍ଥ କବି ଭୀମ ଭୋଇ #୨


   ମାଟିର ମଣିଷ ମୁଁ



ନିଦାଘର ରୌଦ୍ର ତାପ 

ଆଉ ହାଡ ଭଙ୍ଗା ଶୀତର ପ୍ରକୋପ 

କିଛି ବି ଫରକ ନଥାଏ ମୋ ପାଇଁ 

କାରଣ କୃଷକ ମୁଁ 

ମାଟିର ମଣିଷ ମୁଁ ll ୧ ll


ସକାଳରୁ ସଞ୍ଜ 

ସମାନ ମୁଁ କରି 

କ୍ଷେତକୁ ମୋ କର୍ମଶାଳା କରି 

ସବୁ ଦୁଃଖ ଆଉ ସୁଖକୁ ଏକାକାର କରେ 

ଆଉ ମାଟିରେ ସୁନା ଫଳାଏ ll ୨ ll


ଅନ୍ନ ଯୋଗାଏ ମୋ ପରିବାରକୁ 

ଅନ୍ନ ଯୋଗାଏ ମୋ ଦେଶକୁ 

ନଥାଇ ସ୍ୱାର୍ଥ ନଥାଏ ଭେଦଭାବ 

ଆଉ ଧନୀ ହେବାର ଅଭିଳାଷ 

କର୍ତ୍ତବ୍ୟ ମୋ ଈଶ୍ୱର କ୍ଷେତ ମୋ ମନ୍ଦିର 

ଆଉ ମାଟି ପାଣି ପବନ ତ ମୋ ଅତି ନିଜର ll ୩ ll




କେବେ ଆଶା କରିନି ସରକାରୀ ଦୃଷ୍ଟି 

ଟଙ୍କିଆ ଚାଉଳ ଆଉ ସହାୟତା ରାଶି 

ଶ୍ରମ ମୋ ଭରସା ଦେଶବାସୀ ମୋ ବିଶ୍ୱାସ 

ଛାତିକୁ ବଜ୍ର କରି ମାଟି ସହ ମାଟି ହେଇ 

 ସୁନା ଫଳାଏ ମୋ ଦେଶ ପାଇଁ 

     ମୋ ଦେଶ ପାଇଁ ll ୪ ll


ଦୁଃଖ ମୁଁ ଭୋଗୁଛି

ସୁଖ ମୁଁ ବାଣ୍ଟୁଛି

ଉପାସେ ରହି ମୁଁ ଆହାର ଯୋଗୁଛି

ଜୀବନ ଥିବା ଯାଏଁ

ମୁଁ ମୋ ଦେଶ ପାଇଁ ଶ୍ରମ କରୁଛି

ଜୀବନଟା ମୋର କଷ୍ଟ ପାଉ ପଛେ

ମୋ ଦେଶର ଟେକ ରଖୁଛି ll ୫ ll


ଏ ମାଟି ମୋ ସାହସ ଏ ମାଟି ମୋ ବିଶ୍ୱାସ 

ଏ ମାଟି ମୋ ସପନ ଏ ମାଟି ମୋ ଦେଶ ଜୀବନ 

ହେ ଶିଳ୍ପପତି ହେ ପୁଞ୍ଜିପତି ହେ କ୍ଷମତାଧିକାରୀ 

ଏ ମାଟିକୁ କେବେ ଉପହାସ ନ କର 

କାରଣ ମାଟି ନୁହଁ ଏ "ମା" ଟି ଆମର ll ୬ ll





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational