"ମାଟିର ବାସ୍ନା"
"ମାଟିର ବାସ୍ନା"
ଚତୁର୍ଦ୍ଦିଗେ କେବଳ ବାସେ ଆଜି
କାମ, କ୍ରୋଧ,
ଲୋଭ ଓ ମୋହ ର ବାସ୍ନା
ଆଜି ର ଅତ୍ୟାଧୁନିକ
ସ୍ଵାର୍ଥପର ମଣିଷ
ଆଘ୍ରାଣ କରି ପାରେନା
ଆମ ପ୍ରକୃତି ମାତା
ଆମ ମାଟିର ବାସ୍ନା ।
ଭୀରୁ କାପୁରୁଷ ପରି
ଏ ମଣିଷ ଜାତି
ଚୋରୀ, ନାରୀ, ଅସତ୍ୟ
ପଥ ର ପଥିକ ସାଜି
ଚାହେଁ ହେବାକୁ କୋଟିପତି
ଧନ ମାନ ଅର୍ଜିବା ର ନିଶା
ମଣିଷ ମଣିଷକୁ କରେନି ଭରସା
ସର୍ବତ୍ର ପ୍ରତିଯୋଗିତା ଓ ପ୍ରତିହିଂସା
ସ୍ନେହ, ମମତା,କରୁଣା ର
ଲେଶ ମାତ୍ର ନାହିଁ ବାସ୍ନା
ମଣିଷ ଚାହୁଁନି ଘ୍ରାଣ କରିବାକୁ
ପ୍ରକୃତି ମାତାର ବାସ୍ନା
ମାଟି ମା'ର ବାସ୍ନା ।
ଆଧୁନିକତାର ନିଶାରେ
କୃତ୍ରିମତା ହୋଇଛି
ସଭ୍ୟତା ର ଭାଷା
କୃତ୍ରିମତାରେ ଭରିଛି
ଆମ ପରିବେଶ ପରିବାର
ପରିବର୍ତ୍ତିତ ଆଜି
ଆମ ସାମାଜିକ ପରିଭାଷା
ତୁଟିଛି ସଭିଙ୍କ ଠାରୁ ସଭିଙ୍କ ର
ଆଶା, ବିଶ୍ଵାସ ଓ ଭରସା
ଦିନୁଁ ଦିନ ପ୍ରକୃତି ମାତା
ହୋଇ ରୋଷ
ପ୍ରାକୃତିକ ବିପର୍ଯ୍ୟୟେ
ଅନିଶ୍ଚିତତା ଓ ଆତଙ୍କରେ
ଭରିଯାଇଛି ଆମ ପରିବେଶ
ସତ୍ୟ କୁ ନ୍ୟାୟ କୁ
ଏ ମଣିଷ ଜାତି
ନ କରି ପାରୁଛି ସାମ୍ନା
ମଣିଷ ତା'ର ଘ୍ରାଣ ଶକ୍ତି ହରାଇ
ପାଇ ପାରୁନି ପ୍ରାକୃତିକ
ମାଟି ମା'ର ବାସ୍ନା ।
ବସନ,ଭୁଷଣ,ଖାଦ୍ୟ ଓ ପାନୀୟ
ସବୁର ଅବସ୍ଥା ଦୟନୀୟ
ଫୁଲ ହୋଇଛି ବାସ ହରା
ପଶୁ ସମ୍ପଦ ଜଙ୍ଗଲ ସମ୍ପଦ
ସଭିଏଁ ଏବେ ପ୍ରାୟ ସର୍ବହରା
ଆଧୁନିକତାର ମୋହ ମାୟା
ମଣିଷ କୁ କରିଛି ବାୟା
ଜୀବନ ଏଠି ହାହା କାର
ଜ୍ଞାନ ବଳେ ମଣିଷ
ନିଜକୁ କରୁଛି ସ୍ଵାର୍ଥପର
ଗାଁ ମା'କୁ ଭୁଲି
ସହରୀ ସଭ୍ୟତା ରେ ଚଳି
ଶାନ୍ତି ଅଶାନ୍ତି ର ମାର୍ଗ ବୁଝେନା
ଭୁଲି ତା'ର
ସାହି ପଡିଶା, ବନ୍ଧୁ ପରିଜନ
ଭୁଲି ତା'ର ଆତ୍ମୀୟ ସ୍ଵଜନ
ନ୍ୟାୟ ଅନ୍ୟାୟ ର
ପଥ ତାକୁ ଦିଶେନା
ଆଜି ନିଜକୁ ସ୍ଵାର୍ଥପର ସଜାଇ
ଏ ମଣିଷ ଜାତି ଘ୍ରାଣ କରି ପାରେନା
ପ୍ରକୃତି ମାତାର ବାସ୍ନା
ଘ୍ରାଣ କରିବାର ସାମର୍ଥ୍ୟ ରଖେନା
ଆଘ୍ରାଣ କରିବାକୁ ମାଟି ମା'ର ବାସ୍ନା ।
