STORYMIRROR

Sanjukta Padhi

Classics

4  

Sanjukta Padhi

Classics

ମାଟିମୟ

ମାଟିମୟ

1 min
193


ବାଣ୍ଟିବାକୁ ଯଦି ଏତେ ଇଚ୍ଛା

ଥୋଇଦିଅ ନିଜ ବଚନକୁ

ଆଉ କଷଣ ଦିଅନି ମାଆକୁ

ଘାଣ୍ଟି ଚକଟି ଗୋଳାଇ ସାଉଁଟି

ଗଢି ଦେଲ କେବେ ଘର

କେବେ ମନ୍ଦିର ତ ଗୁରୁଦ୍ୱାର

ପୁଣି ବଶିଷ୍ଠ ବିଶ୍ଵାମିତ୍ରଙ୍କ

ମାନସିକ ପୂର୍ଣ୍ଣ କୁଟୀର

ମାଟି ତିଆରି ଆସବାବ କରି

ଗଢି ଦେଇଗଲ ଏ ସଂସାର

ଯେଉଁଠି ଚାହିଁବ ମାଟି ମୟ

ଆଜି କ'ଣ ତୁମେ ଭୁଲି ଯାଉଛ

ଏଇ ମାଟି ରୁ ହିଁ ପରିଚୟ

ଅତୀତର ପୃଷ୍ଠା ଓଲଟାଓ

ସ୍ଵାକ୍ଷର ନିଜ ଆଙ୍ଗୁଠିରେ

ଫରଦ ସବୁ ଥିଲା ମୃତ୍ତିକା ର

ଆଇନାରେ ଥରେ ନିରେଖି ଦେଖ

ଏ ଦେହ ର ରଙ୍ଗ ବି ମାଟିର

ପଚାରି ଥିଲ କି ନା ଦେବେଵେଳେ

କାଶ୍ମୀର ଚୀନ ଜାପାନ ପାକିସ୍ଥାନ

ଜନ୍ମ ନେଇଥିଲୁ ତା ଗର୍ଭରେ

ହିଂସା ସ୍ବାର୍ଥ ଭରି କଳଙ୍କିତ କରି

ଆଜି ରଚିଲୁ ମହାଭାରତ

ଅଗଷ୍ଟ ପନ୍ଦର ଗଣତନ୍ତ୍ର ର

ଆକ୍ଷା ଦେଇ ଉଡ଼ାଇଲ ନେତ

ନେତ ନୁହେଁ ସେ ମା ର ପଣତ

ଅମାପ ଧରି ସେ ତୁନି ରହିଛି

ସବୁ ଛାଡ଼ି ଦେଇ ଆଜି

ମାଟି ଅତଡା କୁ ଜାବୁଡି ଧରିଛି।

ଜୀବନ ଯୁଦ୍ଧରେ ଯାଏ ଚକଟି

କେବେ ଅଥଳ ସାଗର ବାଲିରେ

କେବେ କାଦୁଆ ଦୋରସା ଚିକିଟା କେବେ ପାଏ ଉର୍ବର ଥାଏ ମାଟି,

ଏଇତ ଜୀବନ ନାଆଁ ଟି

ଅସ୍ତିତ୍ବ ରୁ ପୁଳାଏ ସାଉଁଟି ଲେ

ଧରି ଥିବୁ ଯାହା ମୁଠାଏ ମାଟି‌ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics