STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ମାଟିଲଗ୍ନା

ମାଟିଲଗ୍ନା

1 min
246

ସତ୍ତା ମୋର ହଜିଯାଏ ଆଜି... 

ଏ ଧରା ବୁକୁରେ.... 

ମାଟିଲଗ୍ନା ଆଜି ମୁଁ ଯେ 

ମିଶିବାକୁ ଜନ୍ମ ମୋର.. 

ସେ ମାଟିର ଦେହ ରେ ll

ଠିକଣା ମୋ ହଜିଯାଏ 

ସେଇ ଅନ୍ତରୀକ୍ଷରେ.. 

ମୃତ୍ୟୁର ଶୀତଳ ଛାୟାରେ 

ସେ ନୀଳ ଆକାଶ ବୁକୁରେ ll

ଲିଭିଯାଏ ପଞ୍ଚଭୂତେ ଶରୀର... 

ଆତ୍ମା ଵିଲୀନ ହୁଏ.. 

ଦୂର ଦିଗବଳୟରେ.. 

ସିନ୍ଦୂରିମା ଭିତରେ.. ll

ହଜିଯାଏ ଚକ୍ଷୁର ସେ ଜ୍ୟୋତି 

ହଜିଯାଏ ଅନନ୍ତ ଚେତନା 

ମୃତ୍ୟୁର ସେ ତରଳ ଚାହାଣିରେ 

ଅକୁହା କାହାଣୀରେ... ll

ହଜିଯାଏ ଠିକଣା ମୋର.. 

ସେ ସତ୍ତାହୀନ ମଝି ଦରିଆରେ 

ନିରାକାର ନୀଳ ଆକାଶ ବକ୍ଷରେ 

ଶୋଇଯାଏ ଶେଷ ନିଦ୍ରାରେ.. 

ଧରଣୀର ସବୁଜ ଘାସରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy