STORYMIRROR

Subhalaxmi Nayak

Tragedy Others

3  

Subhalaxmi Nayak

Tragedy Others

ମାଟିଖଡ଼ି ଓ ସିଲଟରୁ ରଫ୍ ଖାତା

ମାଟିଖଡ଼ି ଓ ସିଲଟରୁ ରଫ୍ ଖାତା

1 min
391

ପରିବର୍ତ୍ତନ ତ ହୋଇଥିଲା,

ଖାଲି ପାଠ୍ୟ ଉପକରଣ ନୁହେଁ,

ପାଠର ବୋଝ ସାଙ୍ଗକୁ ଫେଲ୍ ହେବାର ଡର,

ମାଟିଖଡ଼ି ଓ ସିଲଟ ସମୟରେ ବଡ଼ ହେବାର ଯେଉଁ ଆଶା ବାନ୍ଧିଥିଲା,

ରଫ୍ ଖାତା ଧରିବା ପରେ ସିଲଟ ଖଡ଼ିର ସ୍ମୃତିରେ ନୁହେଁ,

ପ୍ରକୃତରେ ସେହି ସମୟକୁ ପୁଣି ଫେରି ଯିବା ପାଇଁ ଇଚ୍ଛା ହେଉଛି।


ଅ, ଆ ବଡ଼ ବଡ଼ ଅକ୍ଷରରେ ଲେଖିବାକୁ

ଅବଧାନଙ୍କ ଲମ୍ବା ଚଉକଷିଆ ବେତର ଡର ଥିଲା,

କିନ୍ତୁ ଏ କ'ଣ !

ରଫ୍ ଖାତାରେ ନ ଲେଖିଲେ ବି ଅବଧାନେ (ସାର୍ / ମ୍ୟାଡମ୍) ଆଡ଼ ଆଖିରେ ଦେଖୁ ବି ନାହାଁନ୍ତି।

ବୋଲି ବଦଳି ଯାଇଛି....

ଅବଧାନେ ବଡ଼ ପାଟିରେ ଚିତ୍କାର କରି ଡ଼ାକି ଡ଼ାକି ଲେଖିବାକୁ ନାଲି ଆଖି ଦେଖାଇ ତାଗିଦ୍ କରୁଥିଲେ,

ଆଉ ରଫ୍ ଖାତାରେ କଳାପଟାରୁ ଉତ୍ତର ଲେଖି ଦେଲେ ପାଠ ସରୁଛି।


ମାଟି ଉପରେ ଆସନ ଖଣ୍ଡେ ପକେଇ ପାଠ ଯେତିକି ସହଜ ଲାଗୁଥିଲା,

ଚେୟାର-ଟେବୁଲରେ ବସିଲେ କମ୍ପଜ୍ୱର ଆସି ଯାଉଛି।

ରାତିରେ ପରୀକ୍ଷା ଭୂତ ନିଦ ହଜାଇ ଦେଇଛି।

ଯେଉଁ ସାଙ୍ଗମାନଙ୍କ ସହ ଗୁଲି ଖେଳ ଖେଳୁଥିଲେ,

ତାଙ୍କ ସହିତ ତାଳ ଦେବାକୁ ଦିନରାତି ଚେଷ୍ଟା ଚାଲିଛି।


ମାଟିଖଡ଼ି ଓ ସିଲଟରୁ ରଫ୍ ଖାତା ଯାଏ,

ଖାଲି ପାଠ୍ୟ ଉପକରଣ ନୁହେଁ,

ଜୀବନର ଅଫେରନ୍ତା ଅମୂଲ୍ୟ ସମୟ, ସେ ପିଲାଦିନ,

ସ୍ମୃତି ସନ୍ତକ ହୋଇ ମନ ଭିତରେ ଅଳନ୍ଧୁ ଲାଗି ସାରିଛି....

ତଥାପି ଆଶାଟିଏ ଉଙ୍କି ମାରୁଛି,

ପୁଣି ଫେରି ଆସନ୍ତା କି ସେ ପିଲାଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy