STORYMIRROR

Madhabi Patel

Children

4  

Madhabi Patel

Children

ମାଟିଘର

ମାଟିଘର

1 min
163


ସ୍ନେହ ମମତାର ଆଦର ଯତ୍ନର

ଭରଷା ଓ ବିଶ୍ବାସର।

ପ୍ରେମ ସଂପର୍କର ଫୁଲ ଫୁଟେ ନିତି

ହେଉ ପଛେ ମାଟିଘର।

ସୁଖ ଦୁଃଖ ସବୁ ଭାଗବଣ୍ଟା ଯହିଁ

ଆପଣାର ବ୍ୟବହାର।

ଅଳ୍ପ ଦରବକୁ ସମଭାଗ କରେ

ତୃପ୍ତିଯେ ତହିଁ ଅପାର।

ବାସି ତୋରାଣୀରେ ପିଆଜ ଫାଳେରେ

ମିଳଇ ଅପାର ଶାନ୍ତି।

ବର୍ଷା ଗରମରେ ଶୀତ ବସନ୍ତରେ

ଯହିଁ ପ୍ରେମର ବସତି।

ନ ହେଉପଛେ ସିଏ ପ୍ରାସାଦ ମହଲ

ସିଏ ମୋର ଆପଣାର।

ପାରିବାରିକ ସଂପର୍କ ଦୃଢତାରେ ବନ୍ଧା

ହେଉ ପଛେ ମାଟିଘର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children