STORYMIRROR

Gangotri Priyadarshini

Abstract Classics Inspirational

4  

Gangotri Priyadarshini

Abstract Classics Inspirational

ମାଟିଘର

ମାଟିଘର

1 min
225


ମାଟିଘର ସ୍ଵପ୍ନ ର

ମୋର , ଊଣା ଅଧିକେ

ସମସ୍ତଙ୍କ ପ୍ରିୟ ମାଟିଘର

ସ୍ମୁତି ସାଇତା ସେ ମାଟିଘର !!


ଚାଳ ଛପର ବତା ବନ୍ଧା ଉପର

ବନମାଟି , ଗୋବର ଲିପା କାନ୍ଥ

ଚିତା ଛଟା ସୁନ୍ଦର ପୃଥିବୀ

ମାଟିଘର ମାେ ସ୍ଵପ୍ନ ର !!


ସକାଳ ଓଳି ଚାଳ ଉପରୁ

ଚୁଲି ନିଆଁର ଧୁଆଁ ଛାଇ

ଘସି ପରା ସେ ଛାତ

କଖାରୁ ପୋଇ ଲାଉ ଡଙ୍କ ଆଲିଙ୍ଗନ

ମାଟିଘର ମାେ ସ୍ଵପ୍ନ ର !!


ଗ୍ରୀଷ୍ମ ରେ ଥଣ୍ଡା ଶୀତ ଉଷୁମ

ଝରକା ଫାଙ୍କ ଡିବି ଆଲୁଅ

ପଡ଼ିଶା ଘର ଦିଶେ

ଯେବେ ନୂଆ ବୋହୁଟି ମୁରୁକି ହସେ

ମାଟିଘର ମୋ ସ୍ୱପ୍ନର !!


କାହିଁ ଗଲା ସେ ପୁରୁଣା ଦିନ

ଜେଜେ, ମା ସଙ୍ଗେ ବିତେ ଜୀବନ

ଜାନି ଯାତରା କେତେ ପରବ

ମନରେ ଥିଲା କେତେ ସରାଗ

ମାଟିଘର ମାେ ସ୍ୱପ୍ନର !!

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract