STORYMIRROR

କଳ୍ପନା ରାୟ

Inspirational Others

4  

କଳ୍ପନା ରାୟ

Inspirational Others

ମାଟିଘର

ମାଟିଘର

1 min
244


ମାଟି ଘର, ନଥାଏ ଗରମ କି ଥଣ୍ଡା

ନ ଥାଏ ସେଠି ପର ଆପଣା

ଥାଏ ପ୍ରେମ ନ ଥାଏ ପ୍ରତାରଣା

ଗୋମୟରେ ଲିପି ଗୃହିଣୀ ଦିଏ ଚିତା

ସୌନ୍ଦର୍ଯ୍ୟର ନ ଥାଏ କଳନା


ମାଟିଘର ନ ଥାଉ ପିଲର ଛାତଘର ପରି

ମାଦକତା ଥାଏ କିନ୍ତୁ ଜ୍ୟୋତ୍ସ୍ନାଲୋକ ସରି

ପରସ୍ପର ମଧ୍ୟରେ ଥାଏ ନିରନ୍ତର ପ୍ରେମ

ଚାଉଳ ପରିବା ପଛେ ନ ଥାଉ ଉତ୍ତମ

ଖାଦ୍ୟ ନ ଥାଉ ପଛେ ନେଇ ପାରେନି ଯମ


ମାଟିଘର, ଝାଟିମାଟି ହେଉ ପଛେ ନଡ଼ା ଛପର

ସମଦୁଃଖେ ଦୁଃଖି ହୁଏ ଵୁଝାମଣା ଉତ୍ତମ

ଦେଖିବାକଥା ମାର୍ଗଶୀର ଝୋଟି ସୌନ୍ଦର୍ଯ୍ୟ

ସମକକ୍ଷ ହୋଇ ନ ପାରେ ମାର୍ବଲ ଘର

ଶୁଦ୍ଧପୂତ ହେଉଥିଲା ଶିକ୍ଷାରେ ଗୁରୁଶିଷ୍ୟଙ୍କର


ମାଟି ଘର ଥିଲା ଆଗେ ପ୍ରସୂତି ଗୃହ

ଶ୍ରୀୟା ଚଣ୍ଡାଳୁଣୀ ଘର ଥିଲା ମାଟି ଗୃହ

ଲକ୍ଷ୍ମୀ ସାଆନ୍ତାଣୀ ତାକୁ ହୋଇଲେ ସଦୟ

ମାଟିଘରେ ସୀତାଦେଵୀଙ୍କ କଟିଥିଲା ଶେଷ ସମୟ

ମାଟିଘରେ ଶବରୀ କରିଥିଲା ରାମମୟ


ମାଟି ଘର, ଲକ୍ଷ୍ୟ ତାର ସାଧା ଖାଦ୍ୟ ପେୟ

ନ ଥାଏ ହତ୍ୟା ଲୁଣ୍ଠନ ବା ଧର୍ଷଣ ମନୋଭାବ

ଲୋଡେନା ଅଧିକ ତାର ନିରାଡମ୍ବର ଜୀବନ

ଯେତେ ମୁନିଋଷି ତପୀ ଏଥିରୁ ଜନମ

ମମତା ଡୋରରେ ବନ୍ଧା ପ୍ରତିଟି ପ୍ରାଣ



Rate this content
Log in

Similar oriya poem from Inspirational