STORYMIRROR

Krushnapriya Mohapatra

Abstract Classics Others

4  

Krushnapriya Mohapatra

Abstract Classics Others

ମାଟିଦେହ

ମାଟିଦେହ

1 min
23.6K

ମାଟିଦେହ ଦିନେ ମାଟିରେ ମିଶିବ

ଆତ୍ମା ଯିବ ଘଟ ଛାଡ଼ି।

ଶରୀରକୁ ନେଇ ଗରବ କରୁଛୁ

କାଳ ନେଇଯିବ ଭିଡି।


ଅଢେ଼ଇ ଦିନିଆଁ ଯୌବନ ନିଆଁ

ଆସେ ପୁଣି ଚାଲି ଯାଏ।

ଗଲା ବେଳେ ରୁପ ଆଉ ତ ନ ଥିବ

ଜରାକୁ ସମର୍ପି ଦିଏ।


ଶରୀର ର ଭେଦ ଜାଣି ଥାଏ ରୋଗ

ଧରି ଆଣେ ଭାଇ ବନ୍ଧୁ।

ଶରୀର କୁ ତୋର କରିବେ ଟି ଖୋଳ

ଦିନ ଯିବ କାନ୍ଦୁ କାନ୍ଦୁ।


ବୁଝି ଯା ମନରେ ମାୟା ମରୀଚିକା

ଧନ ଜନ ଯୌବନ।

ଅହଂଙ୍କାର ବଶେ ଭୁଲି ଯାଇ ଅଛୁ

କାହିଁକି ହୋଇଛୁ ଜନ୍ମ।


ଦୁନିଆଁ କୁ ଆସି ଭୁଲି ତୁ ଯାଇଛୁ

ଦେଇଥିଲୁ ଯେଉଁ କଥା।

"ଧରା କୁ ଆସିଲେ ଧରିବି ତୋ ନାଁ"

ମାୟାରେ ହୋଇଲୁ ବନ୍ଧା।


ମାଟି,ପାଣି ବାୟୁ ଜଳ ଓ ଆକାଶ।

ପଞ୍ଚଭୁତେ ଗଢ଼ା ତୁହି

ନିଶ୍ୱାସ ଛୁଟିଲେ ,ଅଗ୍ନିରେ ଦହିବେ

ନିମିଷେ ପାଉଁଶ ହୋଇ ।


ଲୋଭ ମୋହ ମିଥ୍ୟା ଈର୍ଷାଆଉ ହିଂସା

ଅହଂ ସହ ମିଶି ଯିବେ।

ନାନା ପ୍ରକାରର ବିକାର ମନରେ

ପାପରେ ଯେ ଘାଣ୍ଟୁ ଥିବେ।


ଭବ ସାଗରରୁ ପାରିହେବା ପାଇଁ

ଭଜ ହରି ହରି ନାମ।

ଅନ୍ୟର ମଙ୍ଗଳ କାମନା କରି ତୁ

କର୍ମ ପଥେ ଅନୁଗମ।


କର୍ମ ଯୋଗୀ ସଦା କର୍ମେ ହୁଏ ରତ 

କରେନା ଫଳ ର ଆଶ।

ଜୟ, ପରାଜୟ, ଭଲ ,ମନ୍ଦ କର୍ମ

ଲାଭ, କ୍ଷତି ଅବା ଯଶ।


          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract