ମାଟି
ମାଟି
ମାଟିର କଣ୍ଢେଇ ଚୁଲି ହାଣ୍ଡିଶାଳ
ପିଲାବେଳେ ଖେଳେ ମଜାରେ |
ଭାଙ୍ଗିଗଲେ ପୁଣି କାନ୍ଦି କାନ୍ଦି ରୁଷି
ଲୋଟୁଥାଏ ତ ମାଟିରେ ||୧||
ମାଟି ଘର କରି ମାଟି ପରି ହୁଏ
ହଳିଆ ତା’ ଜମି ପାଇଁ |
ସେଇ ମାଟି ପୁଣି ତା’ର ପାଇଁ ଲୋଡା
ଅନ୍ତିମ ଶୟନ ପାଇଁ ||୨||
ମାଟିର ପ୍ରତିମା ମାଟିର ସୁରେଇ
କାରୀଗରୀ-କଲ୍ପନାର ଅଭିମାନ |
କୁମ୍ଭାର
କୁ ଦେଖି ମୁରୁକି ହସଇ ମାଟି
ଅନ୍ତେ ହବୁ ମୋ ଦେହେ ବିଲୀନ ||୩||
ନିଷ୍କାମ କର୍ମ ତୋ ଜୀବନର ସାର
ଏହି ସଂସାର ନିୟମ |
ମାଟିର ମଣିଷ ମାଟିରେ ମିଶିବୁ
ଦୁର୍ଲଭ ମଣିଷ ଜନମ ||୪||
ମାଟି ତ’ ମା’ ମାଟି ତ ମାତୃ
ମାଟିତ ମଦର ମାଟି ତ ମାତର |
ମାଟିରୁ ଆହାର ଫୁଲର ମହକ
ଅବଦାନ ସବୁ ମାଟିର ||୫||
ପ୍ରେମରେ ଗଢଇ ମାଟିର ପ୍ରତିମା
କରି ତା’କୁ ଭଗବାନ |
ମୃଣ୍ମୟ ଭିତରେ ଚିନ୍ମୟ ଯେ ପାଏ
ଧନ୍ୟ ହୁଏ ତା’ ଜୀବନ ||୬|