ମାଟି
ମାଟି
ଏଇ ମାଟି ଅଟେ ପ୍ରାଣ ପରା ମୋର
ତାର ଉପାଦାନେ ଗଢା ମୋ ଶରୀର।
ନାନା ଜାତି ଫୁଲ ଫଳ କୋଳେ ଧରି
ହସି ଉଠୁ ଅଛି ନିତି ଥିରି ଥିରି ।
ବନ ଉପବନ ସବୁଜ କାନ୍ତାର
ଶୋଭା ବୃଦ୍ଧି କରୁଛନ୍ତି ନିରନ୍ତର ।
ସମୁଦ୍ର ଝରଣା ନଦୀ ଉପନଦୀ
ଗରବେ ତା କୋଳେ ବହି ଯାଉଛନ୍ତି।
ଖରା ବର୍ଷା ଶୀତ କାକର ସହୁଛି
ଆମ ପାଇଁ କେତେ କଷଣ ପାଉଛି ।
ପାଦ ଥାପି ଦେଇ ଚାଲୁ ତା ବୁକୁ ରେ
ସବୁ ଭାର ସହି ଯାଏ ନୀରବ ରେ ।
ଏଇ ମାଟି ଅଟେ ମଥା ର ତିଳକ
ଭୂଲି କେ ପାରିବ ତା ମିଠା ମହକ।
ଏଇ ମାଟି ପାଇଁ ଜୀବନ କୁ ଦେଇ
କେତେ ବୀର ଗଲେ ଅମର ହୋଇ।
ପବିତ୍ର ଏ ମାଟି ଦେହେ ହୋଇ ବୋଳି
ଶତ୍ରୁ ମିତ୍ର ଭାବ ସବୁ ଯିବା ଭୂଲି ।
ତାର ପାଦ ପଦ୍ମେ ମୋ କୋଟି ପ୍ରଣାମ
ବାରମ୍ବାର ଏ ମାଟିରେ ନେବି ମୁଁ ଜନ୍ମ ।
