STORYMIRROR

Monalisha Panda

Classics Others

3  

Monalisha Panda

Classics Others

ମାଟି

ମାଟି

1 min
213

ପଞ୍ଚଭୂତ ରୁ ସେ ଅଟେ ଜଣେ

ତା'ର ମହିମା କିଏ ବା ନ ଜାଣେ ।।

ଆଉ କେହି ନୁହେଁ ସେ ଆମ ମାଟି ମା

ଆସ ଶୁଣିବା ଆଜି ତାର ମହିମା ।।

ମାଟି ପାଇଁ ଆଜି ଆମେ ହୋଇଛେ ଠିଆ

ତାକୁ ହି ନେଇ ଗଢ଼ା ଏ ଦୁନିଆ ।।

ଚାଷୀ କୁ ଯୋଗାଏ ତା'ର ଜୀବିକା

ଜଳ ଯୋଗାଏ ପୁଣି ସେ ମୃତ୍ତିକା ।।

ଜୀବନ ର ଆଦ୍ୟ ରେ ସେ ବିଦ୍ୟମାନ

ସେଇ ମୃତ୍ତିକା ରେ ମନୁଷ୍ୟ ହେବ ଦିନେ ଲୀନ ।।

ବାଲ୍ୟକାଳ ରେ ଶ୍ରୀକୃଷ୍ଣ ଖାଇ ମୃତ୍ତିକା

ବିଶ୍ଵ ବ୍ରହ୍ମାଣ୍ଡ ଦେଖାଇ ଥିଲେ କରି ପାଟି ଆଁ ।।

ମନୁଷ୍ୟ ଠାରୁ ଆରମ୍ଭ କରି ଛୋଟ କୀଟ ପର୍ଯ୍ୟନ୍ତ

ସଭିଏଁ ହୁଅନ୍ତି ମାଟି ମା ଠାରୁ ଉପକୃତ ।।

ପ୍ରଭୁଙ୍କ ସୃଷ୍ଟି ରେ ତୁମେ ରହିଛ ଉପରେ

ସେଥିପାଇଁ ମାନବ ଜାତି ତୁମକୁ ପୂଜା କରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics