STORYMIRROR

Debadatta Jena

Inspirational

3  

Debadatta Jena

Inspirational

ମାଟି

ମାଟି

1 min
170

ଏ ପାଦ ତଳର 

ଭୂଇଁ..

ଆଉ ଟିକିଏ ବିଶ୍ୱାସ..

ଫଳାଏ..

ସୁନାର ଫସଲ..

ଏଇତ..

ମାଟିର ବିଶେଷତ୍ତ୍ୱ..

କରି ପାରେ ଧନ୍ୟ,

ପୂଣ୍ୟ 

ଏ ଜୀବନ..

ଏ ମାଟିର ମୁଲକ,

ପ୍ରତିଦାନେ

ବୁଣି ପାରେ ଯିଏ 

ମାଟିର ମହକ,

ହୁଏ..

ମହିମା ମଣ୍ଡିତ,

ଲୋଡ଼ା..

ଦୁଇ ପାଦ ଭୂମି,

ଆଉ..

ଚେନାଏ ଆକାଶ,

ଏଇ ପରା ସ୍ୱର୍ଗ,

ଏଇତ ସର୍ବସ୍ୱ,

ଏତଦ୍ ଭିନ୍ନ..

ନାଁ କେଉଁ ମୋକ୍ଷ,

ନାଁ ସର୍ବ ମୋକ୍ଷ,

ନାଁ ଅସ୍ଥି,

ନାଁ କେଉଁ ଅସ୍ତିତ୍ୱ,

ସାରମର୍ମ ପୂର୍ଣ୍ଣ,

ମହାଶୂନ୍ୟ..

ମୁଠାଏ ପାଉଁଶ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational