STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ମାଟି

ମାଟି

1 min
124

ମାଟିର ଏ ଘଟ

ଦିନେ ମାଟିରେ ହିଁ ମିଶିବ

କାହିଁ ପାଇଁ ତେବେ

ତୁଛା ଏତେ ଆମର ଗରବ?

ମାଟିରୁ ହିଁ ସୃଷ୍ଟ

ଏ ସଂକ୍ଷିପ୍ତ ଜୀବନ ନାଟକ

କାହିଁ ପାଇଁ ବାନ୍ଧ ଆଣ୍ଟ

ଜାଣିବା ସବୁ ଅଳିକ କ୍ଷଣିକ?

ମାଟିର କଣ୍ଢେଇ ସମ

କ୍ଷଣ ଭଙ୍ଗୁର ଏ ରୂପକଳ୍ପ

ଏଇ ଅଛି ଏଇ ନାହିଁ ଶ୍ଵାସ

ପବନକୁ କି ଅବା ବିଶ୍ବାସ?

ମାଟି ହିଁ ସତ୍ଯ

ଜଗତର ଅନ୍ତିମ ଆଶ୍ରୟ

ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ପ୍ରତିପତ୍ତିର

ତା ପାଶେ ନାହିଁ ବାଛ ବିଚାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics