STORYMIRROR

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ମାଟି ମଟାଳର ମଣିଷ

ମାଟି ମଟାଳର ମଣିଷ

1 min
143


ସିଏ ଯିଏ ଅବିରତ ବିଲ ବାଡି କ୍ଷେତ

କାମେ ନିତ୍ୟ ଥାଏ ରହି ମାଟି ର ସହିତ ।


ଏକାକାର ମନ ପ୍ରାଣେ ଆକର୍ଷଣେ ରତ

 ମାଟି ବାସ୍ନା ଘେନି ଅନୁରାଗେ ପୁଲକିତ ।


ଜମି ଚାଷ , କୃଷି କାର୍ଯ୍ୟ ଧାରା ରଖେ ଜାରି

କ୍ଷେତ ଓ କେଦରେ ହସେ ଶସ୍ୟ ଖିଲି ଖିଲି ।


ପକ୍ବ ଶାଳୀ ବିଲ ବାଡି କ୍ଷେତ କେଦାର ରେ

ବର୍ଣ୍ଣାଢ଼୍ୟ ଉତ୍ସବ ବିଭା ରାଜି ଉଠେ ଖରେ ।


ଖାଦ୍ୟ ବସ୍ତ୍ର ଯୋଗାଏ ଯେ ପ୍ରାଣୀ ଜଗତ କୁ 

ମାଟି ସାଥେ ନିତି ଜଡ଼ି ତାଡ଼ି ସେ ମାଟିକୁ ।


ଫଳାଏ , ତହିଁରେ ନାନା ରକମ ଫସଲ

ଫଳ ଫୁଲ , ଶସ୍ୟ , ଅନ୍ନ ଭଳି ଭଳି ମାଲ ।


ମନ ପ୍ରାଣ  ଥୋଇ ମାଟି ସାଥେ ନିତି ଲଢି

ଅମଳ କରିବା ହେତୁ ଖାଦ୍ୟ ଥାଏ ମିଳି ।


ଚାଷୀ ବା କୃଷକ ସେହି ତାହା ହେତୁ ସବୁ

ମିଳୁ ଅଛି ଯୋଗାଏ ସେ ନାନାଦି ସୁସ୍ୱାଦୁ ।


ଫଳ ମୂଳ , ଶସ୍ୟ , ସଜ ପରିବା ସକଳ

ମାଟି ଚଷୀ ଚାଷୀ ଭାଇ କରଇ ମଟାଳ ।




Rate this content
Log in

Similar oriya poem from Abstract