STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ମାଟି ମାଆ

ମାଟି ମାଆ

1 min
686

ମାଟି ଆମର ମାଆ ମାଟି ଆମର ସାହା

ମାଟିରେ ଫଳେ ସୁନା ଫସଲ

         ମାଟି ହିଁ ଆମ ରାହା।


ମୃତ୍ତିକା କ୍ଷୟ କରେ ଅଥୟ

ଉର୍ବର ଯାଏ କମି

ଏପରି ହେଲେ ଅଳପ ଦିନେ

ଅଯୋଗ୍ୟ ହେବ ଜମି

ଧନଧାନ୍ୟର ହେବ ଅଭାବ

ଅଚଳ ଜୀବ ନାହା।


ମୃତ୍ତିକା କ୍ଷୟ ମୂଳ କାରଣ

ବୁଝୁନା ଆମେ କେହି

ବରଷା ଜଳ ହୁଅଇ କାଳ

ତାହାକୁ ନିଏ ବୋହି

ଝଡ ତୋଫାନ ମହା ବିପଦ

ହୋଇବ କିଏ ସାହା।


ଆନନ୍ଦେ ଭାଇ ଚାରା ଲଗାଇ

ଯତନ ନେଲେ ତା'ର

ବଡ ହୋଇଲେ ଫେରାଇ ଦେବ

ଆମର ଉପକାର

ମୃତ୍ତିକା କ୍ଷୟ ହୋଇବ ନାହିଁ

ହସିବ ମାଟି ମାଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational