ମାଟି ମାଆ
ମାଟି ମାଆ
ମାଟି ଆମର ମାଆ ମାଟି ଆମର ସାହା
ମାଟିରେ ଫଳେ ସୁନା ଫସଲ
ମାଟି ହିଁ ଆମ ରାହା।
ମୃତ୍ତିକା କ୍ଷୟ କରେ ଅଥୟ
ଉର୍ବର ଯାଏ କମି
ଏପରି ହେଲେ ଅଳପ ଦିନେ
ଅଯୋଗ୍ୟ ହେବ ଜମି
ଧନଧାନ୍ୟର ହେବ ଅଭାବ
ଅଚଳ ଜୀବ ନାହା।
ମୃତ୍ତିକା କ୍ଷୟ ମୂଳ କାରଣ
ବୁଝୁନା ଆମେ କେହି
ବରଷା ଜଳ ହୁଅଇ କାଳ
ତାହାକୁ ନିଏ ବୋହି
ଝଡ ତୋଫାନ ମହା ବିପଦ
ହୋଇବ କିଏ ସାହା।
ଆନନ୍ଦେ ଭାଇ ଚାରା ଲଗାଇ
ଯତନ ନେଲେ ତା'ର
ବଡ ହୋଇଲେ ଫେରାଇ ଦେବ
ଆମର ଉପକାର
ମୃତ୍ତିକା କ୍ଷୟ ହୋଇବ ନାହିଁ
ହସିବ ମାଟି ମାଆ।
